ମହିଳାଙ୍କୁ ହତ୍ୟା ମାମଲା: ଅଭିଯୁକ୍ତ ଗୁପ୍ତେଶ୍ୱରରୁ ଗିରଫ

ଜୟପୁର: ଗତ ଅକ୍ଟୋବର ୧୭ ଅପରାହ୍‌ଣରେ ସ୍ୱାମୀ ଓ ପୁଅ ନ ଥିବା ବେଳେ ଜୟପୁର ଇରିଗେସନ କଲୋନୀରେ ରହୁଥିବା ବିରାଜିନୀ ଖଣ୍ଡୁଆଳ(୪୫ ବର୍ଷ)ଙ୍କୁ ତଣ୍ଟି ଚିପି ହତ୍ୟା କରିବା ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଶୁକ୍ରବାର ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଗୁପ୍ତେଶ୍ୱରରୁ ଗିରଫ କରିଛି। ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ଅଭିଯକ୍ତ ଆଦିତ୍ୟ ମହାନ୍ତି(୧୯)କୁ ରାତିରେ ଗିରଫ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଜୟପୁର ଏସ୍‌ଡିପିଓ ରାଜେନ୍ଦ୍ର ସେନାପତି କହିଛନ୍ତି। ଆଇଆଇସି ତପନ ନାରାୟଣ ରଥ ଓ ତଦନ୍ତକାରୀ ଅଧିକାରୀ ସୁଦର୍ଶନ ନାୟକଙ୍କ ଉପସ୍ଥିତିରେ ସେନାପତି କହିଛନ୍ତି, ଆଦିତ୍ୟ ସେଦିନ ଚୋରୀ କରିବାକୁ ଆସିଥିଲା। କିନ୍ତୁ ମହିଳା ଜଣକ ପାଟିତୁଣ୍ଡ କରିବାରୁ ହତ୍ୟା କରି ଫେରାର ହୋଇଯାଇଥିଲା। ଏସ୍‌ଡିପିଓ କହିଛନ୍ତି, ଅପରାଧ କାମରେ ଜଡ଼ିତ ରହିବା ଆଦିତ୍ୟ ପସନ୍ଦ କରିଥାଏ। ସେଥିପାଇଁ ସେ ପରିବାର ଲୋକଙ୍କର ପ୍ରିୟ ପାତ୍ର ହୋଇ ପାରି ନ ଥାଏ। ସେହିଭଳି ଆଦିତ୍ୟ ନାମରେ ଥାନାରେ୨ଟି ଅପରାଧିକ ମାମଲା ରହିଛି।

ହତ୍ୟାକାଣ୍ଡର ପର ଦିନ ଅକ୍ଟୋବର ୧୮ରେ ବିରାଜିନୀଙ୍କ ସ୍ୱାମୀ ପ୍ରଶାନ୍ତ ଖଣ୍ଡୁଆଳ ଜୟପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇ ଥିଲା। ଜୟପୁରରେ ଏକ ହୋଟେଲରେ ଶ୍ରୀ ଖଣ୍ଡୁଆଳ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି।ତାଙ୍କର ଏକମାତ୍ର ପୁଅ ଭୁବନେଶ୍ୱରରେ ରହି ପାଠ ପଢ଼ନ୍ତି। ଦୀପାବଳୀ ପାଇଁ ପୁଅକୁ ନେବା ପାଇଁ ଶ୍ରୀ ଖଣ୍ଡୁଆଳ ଦୁଇ ଦିନ ତଳେ ଭୁବନେଶ୍ୱର ଆସିଥିବା ବେଳେ ଇରିଗେସନ୍‌ କଲୋନିସ୍ଥିତ ଘରେ କେବଳ ବିରାଜିନୀ ରହୁଥିଲେ। ଘଟଣା ଦିନ ୧୨ଟା ବେଳେ ଶ୍ରୀ ଖଣ୍ଡୁଆ ଭୁବନେଶ୍ୱରୁ ଫୋନ୍‌ କରି ତାଙ୍କ ପତ୍ନୀଙ୍କ ସହିତ କଥା ହୋଇଥିଲେ। ତେବେ ଅପରାହ୍ଣ ପ୍ରାୟ ଦୁଇଟା ବେଳେ ଶ୍ରୀ ଖଣ୍ଡୁଆଳ ଘରକୁ ଫୋନ କରିବାରୁ ବିରାଜିନୀ ଫୋନ ଉଠାଇ ନ ଥିଲେ। ବାରମ୍ବାର ଫୋନ କରିବା ସତ୍ତ୍ୱେ ବିରାଜିନୀ ଫୋନ ନ ଉଠାଇବାରୁ ଶ୍ରୀ ଖଣ୍ଡୁଆଳଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିିଲା ଓ ସେ ତାଙ୍କ ଇରିଗେସନ୍‌ କଲୋନିରେ ରହୁଥିବା ଜଣେ ପଡୋଶୀଙ୍କ ଘରକୁ ଫୋନ କରି ବିରାଜିନୀଙ୍କ ସମ୍ପର୍କରେ ବୁଝିବା ପାଇଁ କହିଥିଲେ। ପଡୋଶୀ ଜଣକ ତାଙ୍କ ଛୋଟ ଝିଅଟିକୁ ଶ୍ରୀ ଖଣ୍ଡୁଆଳଙ୍କ ଘରକୁ ଯାଇ ବିରାଜିନୀଙ୍କ ସମ୍ପର୍କରେ ବୁଝିବାକୁ ପଠାଇଥିଲେ।

ଛୋଟ ଝିଅଟି ବିରାଜିନୀଙ୍କ ଘରେ ପହଞ୍ଚି ସେଠାରେ ଜଣେ ଯୁବକ ବସିଥିବା ଦେଖିଥିଲେ ଓ ସେହି ଯୁବକ ଜଣକ ‘ଭାଉଜ ଶୋଇଛନ୍ତ’ ବୋଲି ଛୋଟ ଝିଅଙ୍କୁ କହିଥିଲେ। ଏ ସୂଚନା ପଡୋଶୀ ଜଣକ ଶ୍ରୀ ଖଣ୍ଡୁଆଳଙ୍କୁ ଫୋନ କରି ଜଣାଇ ଦେଇଥିଲେ । ତେବେ ଅକ୍ଟୋବର ୧୮ ସକାଳୁ ଶ୍ରୀ ଖଣ୍ଡୁଆଳ ଓ ତାଙ୍କ ପୁଅ ଭୁବନେଶ୍ୱରରୁ ଆସି ଜୟପୁର ଇରିଗେସନ୍‌ କଲୋନିସ୍ଥିତ ତାଙ୍କ ଘରେ ପହଞ୍ଚି ଯାହା ଦେଖିଥିଲେ ସେଥିରେ ସେମାନଙ୍କ ହୋସ୍‌ ଉଡିିଯାଇଥିଲା। ବିରାଜିନୀଙ୍କ ଶରୀର ଘରର ଚଟାଣରେ ପଡ଼ିଥିବା ବେଳେ ବେଳେ ତାଙ୍କ ବେକକୁ କୌଣସି ରଶିି କିମ୍ବା ତାର ଦ୍ୱାରା ଚାପି ତାଙ୍କୁ ହତ୍ୟା କରିଥିବା ଦେଖିବାକୁ ମିଳିଥିଲା।

ଏସ୍‍ଡିପିଓ ରାଜେନ୍ଦ୍ର କହିଛନ୍ତି, ଅପରାଧ କାମରେ ଜଡ଼ିତ ରହିବା ଆଦିତ୍ୟ ପସନ୍ଦ କରିଥାଏ। ସେଥିପାଇଁ ସେ ପରିବାର ଲୋକଙ୍କର ପ୍ରିୟ ପାତ୍ର ହୋଇ ପାରି ନ ଥାଏ। ସେହିଭଳି ଆଦିତ୍ୟ ନାମରେ ଥାନାରେ୨ଟି ଅପରାଧିକ ମାମଲା ରହିଛି।

ଶ୍ରୀ ଖଣ୍ଡୁଆଳ ସଙ୍ଗେ ସଙ୍ଗେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଖବରପାଇ ଏଏସପି ପ୍ରଭାତ ପୁରୋଧା ଏବଂ ଏସଡିପିଓ ରାଜେନ୍ଦ୍ର ସେନାପତି ଘଟଣାସ୍ଥଳରେ ପହଞ୍ଚିି ଥିଲା। କୋରାପୁଟରୁ ସାଇଣ୍ଟିଫିକ୍‌ ଟିମ୍‌ ଆସିଥିଲେ। ଜୟପୁର ଥାନା ଇନ୍‌ସପେକ୍ଟର ତପନ ନାରାୟଣ ରଥ ପାରିପାର୍ଶ୍ୱିକ ଅବସ୍ଥାରୁ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରିଥିଲେ। ମୃତ ମହିଳାଙ୍କ ସ୍ୱାମୀ ଶ୍ରୀ ଖଣ୍ଡୁଆଳ ମଧ୍ୟ ସେହିପରି ଅଭିଯୋଗ କରିଛନ୍ତି। ଭାରତୀୟ ଦଣ୍ଡ ସଂହିତା ଧାର ଦଫା ୩୦୨ ଓ ଦୁଷ୍କର୍ମ( ୩୭୬)ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଜୟପୁର ସହରରେ ଚାଞ୍ଚଲ୍ୟ।
ସ୍ୱାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ କେହି ଦୁର୍ବୃତ୍ତ ଜଣେ ମହିଳାଙ୍କ ଘରେ ପଶି ତାଙ୍କୁ ତଣ୍ଟିଚିପି ହତ୍ୟା କରିବା ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ବିଶେଷ କରି ଏହି ଦୁଷ୍କର୍ମ ଓ ହତ୍ୟା ଘଟଣା ସମୟରେ ମହିଳାଙ୍କ ଘର ଦୁଆରମୁହଁରେ ବସିଥିବା ସନ୍ଧିଗ୍ଧ ଅପରାଧୀଙ୍କୁ ଖୋଜିବା ପାଇଁ ପୁଲିସ ଯୋରଦାର ଉଦ୍ୟମ ଚଳାଇ ଥିଲା।

ସମ୍ବନ୍ଧିତ ଖବର