ମହିଳାଙ୍କୁ ମାଡ ମାରିିବା ମାମଲାରେ ଅଭିଯୁକ୍ତ ଗିରଫ

ଜୟପୁର: ଜୟପୁର ଟାଉନଥାନା ଅନ୍ତର୍ଗତ ପରଜା ସାହି ଅଞ୍ଚଳରେ ଜଣେ ମହିଳାଙ୍କ ସହ ତାଙ୍କ ସ୍ୱାମୀ ଓ ପୁତୁରାଙ୍କୁ ମାଡ ମାରିବା ମାମଲାରେ ଆଜି ପୁଲିସ୍‌ ଖାଲ ସାହି ଅଞ୍ଚଳର ଗପ୍ତ ଦାଶକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ହର ବେହରା ଫେରାର ଥିବା ତଦନ୍ତ ଅଧିକାରୀ ଏମ୍‌.ମଜୁମଦାର କହିଛନ୍ତି।
ପ୍ରକାଶଥାଉକି, ଗତ ୧୦ ତାରିଖ ସନ୍ଧ୍ୟାରେ ଜୟନଗର ସ୍ଥିତ ଏକ ହୋଟେରେ ପାର୍ବତୀ ହେମ୍ରମଙ୍କ ଠାରୁ ଟଙ୍କା ଛଡେଇ ନେବା ସହ ତାଙ୍କ ସ୍ୱାମୀ ରଏନ୍‌ ହେମ୍ରମ ଓ ପୁତୁରା ରକେଶ ହେମ୍ରମଙ୍କୁ ଆକ୍ରମଣ କରାଯାଇଥିଲା।ରଏନ୍‌ ଓ ରାକେଶଙ୍କୁ ପ୍ରଥମେ ଜୟପୁର ମେଡିକାଲ୍‌ରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା। ପରବର୍ତୀ ସମୟରେ ରାକେଶଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ପାର୍ବତୀ ଟାଉନ ଥାନାରେ ଅଭିଯୋଗ ଦେବାରୁ ପୁଲିସ ମାମଲା ରୁଜୁ କରିଥିଲା। ସେହିପରି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଗତ ୧୧ ତାରିଖ ଦିନ ସାହି ବାସିନ୍ଦା ଜୟନଗର ଛକ ଠାରେ ରାସ୍ତାରୋକ କରିଥିଲେ।

ସମ୍ବନ୍ଧିତ ଖବର