ପୁର୍ବତନ ପ୍ରେମିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ଜୟପୁର: ପୂର୍ବତନ ପ୍ରେମିକାକୁ ଡରାଇ ଧମକାଇ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ବିବାହିତ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ବଳରାମ ହନ୍ତାଳକୁ ପୁଲିସ ଗିରଫ କରିବା ସହ କୋର୍ଟ ଚାଲଣ କରାଯାଇଛି । ମିଳିଥିବା ସୂଚନା ମୁତାବକ ବଳରାମ ବିବାହ କରିବା ପୂର୍ବରୁ ୯ମରେ ପଢ଼ୁଥିବା ଜଣେ ନାବାଳିକାଙ୍କ ସହ ପ୍ରେମ ସଂପର୍କ ରଖିଥିଲେ । ପରବର୍ତ୍ତୀ ସମୟରେ ବଳରାମ ଅନ୍ୟ ଜଣେ ଯୁବତୀଙ୍କ ସହ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଥିଲା । ଏହା ପରେ ବଳରାମ ପୂର୍ବତନ ପ୍ରେମିକାଙ୍କ ସହ ସଂପର୍କ ସ୍ଥାପନ କରିବା ସହ ତାଙ୍କୁ ଡରାଇ ଧମକାଇ ଦୁଷ୍କର୍ମ କରିଥିବା ନେଇ ଯୁବତୀ ଜଣକ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଅଭିଯୁକ୍ତ ବଳରାମକୁ ଗିରଫ କୋର୍ଟ ଚାଲଣ କରିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର