ପଞ୍ଚାନନ ମନ୍ଦିର ଘାଟ ନିକଟ ବେଆଇନ ନିର୍ମାଣକୁ ବନ୍ଦ କଲା ପ୍ରଶାସନ

ଜୟପୁର: ସ୍ଥାନୀୟ ରାଜୁ ସାହିସ୍ଥିତ ପଞ୍ଚାନନ ମନ୍ଦିର ଘାଟ ନିକଟରେ ଗଢି ଉଠିଥିବା ବେଆଇନ ନିର୍ମାଣକୁ ଆଜି ପ୍ରଶାସନ ବନ୍ଦ କରିଛି। ଠିକାଦାରଙ୍କୁ ଅନୁମତି ପତ୍ର ମାଗିଥିଲେ ମଧ୍ୟ ସେ କୌଣସି ପ୍ରମାଣ ଦେଇପାରି ନ ଥିଲେ। ଜନ ସଚେତନତା ପାଇଁ ଜଗନ୍ନାଥ ସାଗରର ପୁନରୁଦ୍ଧାର ପାଇଁ ଉକ୍ତ ଘାଟରେ ଗତ ପଂଚୁକ ପାଂଚଦିନ ହୋମ ଯଜ୍ଞ ଓ ଆରତୀ କାର୍ଯ୍ୟକ୍ରମ କରାଯାଇଥିଲା। ଗତ ଦୁଇଦିନ ଧରି ଉକ୍ତ ଘାଟରେ ଅନଧିକାର ଭାବେ ବେଆଇନ ନିର୍ମାଣ କାର୍ଯ୍ୟ କରାଯାଇଥିବା ନେଇ ଅଭି‌େଯାଗ ହୋଇଥିଲା । ଉକ୍ତ ବେଆଇନ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ଜୟପୁର ସ୍ବାଭିମାନୀ ମଂଚ ଓ ଜୟପୁର ସିଟିଜେନ୍ କମିଟି ଉପଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ । ଉପଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେଇ କାମବନ୍ଦ କରିବା ପାଇଁ ରାଜସ୍ବ ବିଭାଗ ଓ ଜୟପୁର ପୌରପାଳିକାକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଶାସନର ଏଭଳି ପଦକ୍ଷେପକୁ ସଂଗଠନ ପକ୍ଷରୁ ନରେଶନାଥ ନାୟକ, ଗୀତା ପ୍ରକାଶ ମିଶ୍ର, ମୀନ କେତନ ଦାଶ, କୃଷ୍ଣକେଶବ ଷଡଙ୍ଗୀ ଓ ଶଙ୍କର ପ୍ରହରାଜ ପ୍ରମୁଖ ସାଧୁବାଦ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର