କୋରାପୁଟ: ପୁଣି ଜୋରଦାର ହେଲା କୋଟିଆ କଳି । ଫେଲ ମାରିଲା ସରକାରଙ୍କ ସବୁ ସତର୍କତା । ପ୍ରଶାସନର ୧୪୪ ଧାରାକୁ ଖାତିର ନକରି ଭୋଟ ଦେବାକୁ ଗଲେ କୋଟିଆବାସୀ । ଫଳରେ ଓଡ଼ିଶା ନେତା ଓ ଆନ୍ଧ୍ର ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଉଭୟ ପକ୍ଷ ଧସ୍ତାଧସ୍ତି ହୋଇଛନ୍ତି । ଆନ୍ଧ୍ର ଅଧିକାରୀ ଓ ଲୋକଙ୍କ ଭିତରେ କଥା କଟାକଟି ବି ଦେଖିବାକୁ ମିଳିଛି ।
କୋଟିଆ ପଞ୍ଚାୟତର ନେରିଡ଼ିୱାଲସାରେ ଭୋଟ ଦାନ କେନ୍ଦ୍ର କରିଛି ଆନ୍ଧ୍ରପ୍ରଦେଶ । ଏଠାରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ୯.୪୦ ସୁଦ୍ଧା ୧୫ଟି ଭୋଟ୍ ଗ୍ରହଣ ହୋଇଥିବା ସୂଚନା ରହିଛି। ପ୍ରଶାସନ ଓ ରାଜନେତାଙ୍କ ବାରଣକୁ ଖାତିର ନକରି ଭୋଟ ଦେବାକୁ ପହଞ୍ଚିଛନ୍ତି କୋଟିଆବାସୀ । ଆନ୍ଧ୍ରକୁ ଚେକ୍ ଦେବା ପାଇଁ କରୋନା ସଂକ୍ରମଣ କଥା କହି କୋଟିଆରେ ୧୪୪ ଧାରା ଜାରି କରିଥିଲା ଜିଲ୍ଲା ପ୍ରଶାସନ ।
ଅନ୍ୟପକ୍ଷରେ ଲୋକଙ୍କୁ ଭୋଟଦାନରୁ ଦୂରେଇ ରଖିବା ପାଇଁ କୋଟିଆରେ ପହଞ୍ଚିଥିଲେ ବିଭିନ୍ନ ରାଜନୈତିକ ଦଳର ନେତା । ପ୍ରଥମ ମାଟି ଓ ପରେ ପାର୍ଟିର ନାରା ଦେଇ ଧାରଣା ଦେବା ସହ ସୀମାନ୍ତକୁ ଜଗି ରହିଥିଲେ । ତଥାପି କୋଟିଆରେ ଜୋରଜବରଦସ୍ତି ପଶି ନିର୍ବାଚନ କରିଛି ଆନ୍ଧ୍ର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/48485618-1f1a-46e2-a0d8-a7392c573dda.jpg)