କୋରାପୁଟ: ସାଙ୍ଗାନ୍ନା ହାଇସ୍କୁଲର ପୁରତନ ଛାତ୍ରମିଳନ

ଲକ୍ଷ୍ମୀପୁର: କୋରାପୁଟ ଲକ୍ଷ୍ମୀପୁର ସାଙ୍ଗାନ୍ନା ହାଇସ୍କୁଲ ପରିସରରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ପୁରାତନ ଛାତ୍ରମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ପ୍ରଧାନଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ଯୋଗଦେଇ ଏହି ସ୍କୁଲରେ ପାଠ ପଢି ବିଧାୟକ ହୋଇପାରିଥିବା ନେଇ ପ୍ରକାଶ କରିବା ସହ ନିଜକୁ ଗର୍ବ ଅନୁଭବ କରିଥିଲୋ ବିଦ୍ୟାଳୟର ପୁରାତନ ଛାତ୍ର ତଥା ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଜୟକୃଷ୍ଣ ସାହୁ, ମାଧବ କର୍କରା, ବୈଷ୍ଣବ ଖରା ବିଶ୍ୱନାଥ ଗରଡା, ଜଳଧର ସାହୁ ପ୍ରମୁଖ ଏହି ସ୍କୁଲରେ ଛାତ୍ର ଜିବନ ସମାପ୍ତ କରିବା ସହ ନିଜନିଜ ଅଞ୍ଚଳରେ ପ୍ରଧାନଶିକ୍ଷକ ଭାବେ ଅବସର ନେଇଥିବା ପ୍ରକାଶ କରିବା ସହ ସେମାନଙ୍କ ଶିକ୍ଷା ଦ୍ୱାରା ଅନେକ ଛାତ୍ରଛାତ୍ରୀ ଆଜି ସମାଜର ମୁଖ୍ୟ ସ୍ରୋତରେ ଆସି ବିଭିନ୍ନ ପଦପଦବିରେ ଅବସ୍ଥାପିତ ହୋଇଥିବା କହିଥିଲୋ

ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ୱ ଏହି ବିଦ୍ୟାଳୟ ରହି ଆସିଥିଲେ ମଧ୍ୟ ଯେଉଁ ପ୍ରକାର ଉନ୍ନତି ହେବା ସହ ଆଧୁନିକ ଶିକ୍ଷା ଗୃହ ନିର୍ମାଣ ହୋଇପାରିବା କଥା ସେପରି ହୋଇପାରିନଥିବା ନେଇ ଦୁଖ ପ୍ରକାଶ କରିଥିଲୋ ପୁରାତନ କୋଠରୀ ମାନଙ୍କରେ ହିଁ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ବର୍ତମାନ କେବଳ ହଷ୍ଟେଲ ଟିଏ ନିର୍ମାଣ କରି ସରକାର ଚୁପ୍‌ ରହିଥିବା କିଛି ପୁରାତନ ଛାତ୍ର ପ୍ରକାଶ କରିଥିଲୋ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ସ୍କୁଲ ଏକାଉଣ୍ଟକୁ ପୁରାତନ ଛାତ୍ରମାନେ ପ୍ରଦାନ କରିଥିବା ଅର୍ଥରାଶି ଓ ସରକାରଙ୍କ ଅନୁଦାନ କିପରି ସଠିକ୍‌ ମାର୍ଗରେ ବିନିଯୋଗ ହୋଇପାରିବ ସେଥି ନିମନ୍ତେ ଆଲୋଚନା କରାଯାଇଥିଲାା

ମଧ୍ୟାହ୍ନ ଭୋଜନ ପରେ ପୁରାତନ ଛାତ୍ର ମାନଙ୍କୁ ନେଇ ଆଲୁମିନି ମିଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାା ଏଥିରେ ବିଭିନ୍ନ କ୍ରୀଡା ସହ ସାଂସ୍କତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାା କାର୍ଯ୍ୟକ୍ରମରେ ବିଦ୍ୟାଳୟର ସୁବର୍ଣ ଜୟନ୍ତୀ ପାଳନ କରାଯିବା ନିମନ୍ତେ ପୁରାତନ ଛାତ୍ର ମାନେ ସହମତି ପ୍ରକାଶ କରିଥିଲୋ ସରକାରଙ୍କ ଅନୁଦାନ ଆସୁଥିବା ସତ୍ତ୍ୱେ ଛାତ୍ରଛାତ୍ରୀ ମାନଙ୍କ ସକାଶେ ପଠନ ସାମଗ୍ରୀ, ଆର୍ଥୀକ ସାହାଯ୍ୟ ସହ ସେବା ପ୍ରଦାନ କରିବା ସକାଶେ ପୁରାତନ ଛାତ୍ର ଛାତ୍ରୀମାନଙ୍କୁ ପ୍ରଧାନଶିକ୍ଷକ ଅନୁରୋଧ କରିଥିଲୋ କାର୍ଯ୍ୟକ୍ରମରେ ଏବିଇଓ ପ୍ରିୟମ୍ବଦା ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ପ୍ରେମଚନ୍ଦ୍ର ଡଙ୍ଗ୍ରୀ, ଭି.ନାଗାରାଜୁ, ଗଣେଶ ମହାପାତ୍ର, ଭି ନାରାୟଣ ରାଓ, ସୁରେନ୍ଦ୍ର କୁଳଦିପ, ମହାଦେବ ଶତପଥି ଭଳି ଅନେକ ବରିଷ୍ଠ ପୁରାତନ ଛାତ୍ର ମାନେ ଯୋଗଦେଇଥିଲୋ

ସମ୍ବନ୍ଧିତ ଖବର