ଗାଁରେ ପହଞ୍ଚିଲାନି ଆମ୍ବୁଲାନ୍ସ, କାନ୍ଧରେ ବୁହା ହୋଇ ନଦୀ ପାର ହେଲେ ୫ ରୋଗୀ

ବୈପାରୀଗୁଡା : ନଦୀରେ ପ୍ରଖର ସ୍ରୋତ ଓ ଦୁର୍ଗମ ରାସ୍ତା ଯୋଗୁଁ ଗାଁରେ ଆମ୍ବୁଲାନ୍ସ ପହଞ୍ଚିପାରିଲାନାହିଁ । ଫଳରେ ଝାଡ଼ାବାନ୍ତିରେ ପୀଡ଼ିତ ୫ ରୋଗୀଙ୍କୁ ଲୋକମାନେ କାନ୍ଧରେ ବହନ କରି ୧ କିଲୋମିଟର ଦୂର ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ । ଏହି ଘଟଣାଟି ଘଟିଛି ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ମାଠପଡା ପଂଚାୟତ ବଣୁଆଗୁଡା ଗାଁ ରେ ।

ସୂଚନା ଅନୁଯାୟୀ ଗତକାଲି ଗାଁର ତିନି ଜଣ ଙ୍କୁ ଝାଡ଼ାବାନ୍ତି ହୋଇଥିଲା । ସେମାନେ ବୈପାରୀଗୁଡା ମେଡିକାଲ ଆସି ଚିକିତ୍ସତ ହୋଇଥିଲେ ପରେ ଆଜି ସକାଳୁ ସେହି ଗ୍ରାମର ଆଉ ୫ ଜଣ ମଧ୍ୟ ଝାଡ଼ାବାନ୍ତିରେ ପୀଡ଼ିତ ହୋଇଥିଲେ । ଗାଁର ଆଶା ଦିଦି ତାଙ୍କୁ ବୈପାରୀଗୁଡା ଡାକ୍ତର ଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସ କୁ ଡକାଇ ଥିଲେ । ଖବରପାଇ ଗାଡି ଆସିଥିଲା କିନ୍ତୁ ରାସ୍ତା ଖରାପ ଓ ନଦୀରେ ପାଣି ପ୍ରଖର ଥିବାରୁ ନଦୀ ଆରପାଖରେ ରହିଥିଲା ସମସ୍ତ ରୋଗୀଙ୍କୁ ୧୦୮ କର୍ମଚାରୀ ସହ ଗାଁ ଲୋକ ମିଶି କାନ୍ଧ ରେ ବୋହି ୧ କିଲୋମିଟର ଚାଲିବା ସହ ବିପଦପୂର୍ଣ୍ଣ ଭାବେ ନଈ ପାର କରି ଆମ୍ବୁଲାନ୍ସ ପାଖକୁ ନେଇଥିଲେ । ଏହା କେବଳ ବର୍ଷା ଦିନେ ନୁହେଁ ବର୍ଷ ତମାମ ଏପରି ଅସୁବିଧା ର ସମୁଖୀନ ହେଉଥିବା ଗାଁ ଲୋକ ପ୍ରକାଶ କରିଛନ୍ତି,ଏହା ସହ ଗଭବତୀ ମହିଳା ଙ୍କୁ ମଧ୍ୟ୍ୟ ଏପରି ନଦୀ ରେ ପାର କରି ନେବାକୁ ପୋଡିଥାଏ ବୋଲି ଆଶା ଦିଦି ପ୍ରକାଶ କରିଥିଲେ ।

ସମ୍ବନ୍ଧିତ ଖବର