ବନ୍ଧୁଗାଁ: ବନ୍ଧୁଗାଁ ବ୍ଲକ ପେଦାୱାଲଡ଼ା ପଞ୍ଚାୟତ ଯାଗୁଗୁଡାରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ୧ ବିପଦ ସଙ୍କୁଳ ଅବସ୍ଥାରେ ଥିବା ବେଳେ ଅଙ୍ଗନୱାଡ଼ି କେନ୍ଦ୍ର ୨ ଛାତରୁ ପାଣି ଗଳୁଛି। ଏହାସହିତ ପାଇଖାନା ସମ୍ପୂର୍ଣ୍ଣ ହୋଇ ନ ପାରି ପଡ଼ିରହିଛି। ଯାଗୁଗୁଡ଼ା ଗ୍ରାମରେ ପ୍ରାୟ ୧୬୦ରୁ ଅଧିକ ପରିବାର ବସବାସ କରନ୍ତି। ୨୦୧୦-୧୧ ମସିହାରେ ସରକାରଙ୍କ ତରଫରୁ ଅଙ୍ଗନୱାଡ଼ି କେନ୍ଦ୍ର ୧ ନିର୍ମାଣ ହୋଇଥିଲା। ୨୦୧୭-୧୮ ମସିହାରେ ଅଙ୍ଗନୱାଡ଼ି କେନ୍ଦ୍ର କାନ୍ଥ ଫାଟି ଦବିବା ସହିତ ଛାତ ଭାଙ୍ଗି ବିପଦପୂର୍ଣ୍ଣ ଅବସ୍ଥାରେ ରହିଆସୁଛି। ଅଙ୍ଗନୱାଡ଼ି କେନ୍ଦ୍ରରେ ୯୩ ଜଣ ପରିବାରରୁ ୩୦ରୁ ଅଧିକ ପ୍ରି ସ୍କୁଲ ଶିଶୁ, ପ୍ରସୂତି, ଗର୍ଭବତୀ ଓ ୬ ମାସ ରୁ ୩ ବର୍ଷର ୩୭ ଜଣ ଶିଶୁ ନିର୍ଭର କରିଥାନ୍ତି ।
ଅଙ୍ଗନୱାଡ଼ି କେନ୍ଦ୍ରରେ ଅଙ୍ଗନୱାଡ଼ି କର୍ମୀ ଶିଶୁଙ୍କୁ ଖେଳ, ନାଚ, ଗୀତ ଓ ଚିତ୍ର ଦେଖାଇ ଶିକ୍ଷା ଦେବା, ପୁଣି ଶିଶୁ ଙ୍କୁ ୫+ ବୟସ ହେଲେ ଶିଶୁ ବାଟିକା କୁ ପାଠ ପଢିବା ପାଇଁ ପଠାଇବା ବ୍ୟବସ୍ଥା ରହିଛି। ଏପଟେ ଅଙ୍ଗନୱାଡ଼ି କେନ୍ଦ୍ର ୨ ରେ ଥିବା ଗୋଟିଏ କୋଠରୀର ଦୁଇ କଣରେ ୨ଜଣ ଅଙ୍ଗନୱାଡ଼ି କର୍ମୀ ପିଲାଙ୍କ ଖେଳନା ସାମଗ୍ରୀ, ଖାତା ରଖିଥିବା ବେଳେ ୫୦ ଜଣ ପ୍ରି ସ୍କୁଲ ଶିଶୁ ବସିବାକୁ ଜାଗା ନିଅଣ୍ଟ ହେଉଛି। ସେହି ଅଙ୍ଗନୱାଡ଼ି କେନ୍ଦ୍ର ୨ର ପୁଣି ଛାତରୁ ପାଣି ଗଳୁଛି। ଏହି ପ୍ରକାର ଭାବରେ ଦୁଇ ଜଣ ଅଙ୍ଗନୱାଡ଼ିକର୍ମୀ ରହୁଥିବା ବେଳେ ଅନେକ ଥର ସିଡିପିଓ , ବିଡ଼ିଓ ଏବଂ ଜିଲ୍ଲାପାଳଙ୍କୁ ସ୍ଥାନୀୟ ସରପଞ୍ଚଙ୍କ ଜରିଆରେ ଲିଖିତ ଅଭିଯୋଗ କରିଛନ୍ତି।
ଭଙ୍ଗା ପୁଣି ବିପଦସଙ୍କୁଳ ଅବସ୍ଥାରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରଟି ଆଜି ପର୍ଯ୍ୟନ୍ତ ସ୍ଥାନୀୟ ବ୍ଲକ ପ୍ରଶାସନ ଅବଗତ ଥାଇ ମଧ୍ୟ ନୂତନ ଭାବେ ତିଆରି କରୁନାହାନ୍ତି। ଏହା ନିରୀହ ଆଦିବାସୀ ଶିଶୁଙ୍କ ଭବିଷ୍ୟତ ପ୍ରତି ସ୍ଥାନୀୟ ପ୍ରଶାସନଙ୍କ ସମ୍ପୂର୍ଣ୍ଣ ଭାବେ ଅବହେଳା ଯୋଗୁଁ ଆଗାମୀ ଦିନରେ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଯାଇ ଗୁହାରି କରିବାକୁ ଗ୍ରାମର ବୁଦ୍ଧିଜୀବି ଦାଲାନା କାଡ୍ରାକା, ନାରାୟଣ ଜାନି କାଡ୍ରାକା, ମିନା କାଡ୍ରାକା, ନାଗେଶ ପୁସିକା, ଦାମଦର କାଡ୍ରାକା ଗଣମାଧ୍ୟମଙ୍କୁ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/09/11/new-project-18-2025-09-11-20-52-38.jpg)