ଟ୍ରକ୍‌ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଜୟପୁର: ସ୍ଥାନୀୟ ଟାଉନହଲ୍‌ ନିକଟରେ ଆଜି ଜଣେ ଟ୍ରକ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଫଳରେ ଚିକିତ୍ସା ପାଇଁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଏନେଇ ଆହତ ଟ୍ରକ ମାଲିକ ସ୍ଥାନୀୟ ଦାଶାରି ସାହି ଅଞ୍ଚଳର ଏସ୍‌ ଉମେଶ ଟାଉନ ଥାନାରେ ଏତଲା ଦେଇଛନ୍ତି। ଉମେଶଙ୍କୁ ସ୍ଥାନୀୟ କିଛି ଯୁବକ ମିଳିତ ଭାବେ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି।
ଉମେଶଙ୍କ କହିବାନୁଯାୟୀ, ନିଜର ଦେହ ଭଲ ନଥିବାରୁ ସେ ମେଡିକାଲକୁ ଯାଇ ଚିକିତ୍ସା କରି ହୋଟେଲକୁ ପାର୍ସଲ ଆଣିବା ପାଇଁ ଯାଇଥିଲେ। ସେଠାରୁ ଘରକୁ ଫେରୁଥିବା ସମୟରେ ପୂର୍ବରୁ ତାଙ୍କ ଟ୍ରକରୁ ବେଟେରି ଚୋରି କରିନେଇଥିବା ଯୁବକଙ୍କୁ ରାସ୍ତାରେ ଦେଖିବାକୁ ପାଇଥିଲେ। ଉକ୍ତ ଯୁବକଙ୍କ ପଛେ ପଛେ ଉମେଶ ବାଇକରେ ଯାଇଥିଲେ। ଏହାପରେ ଉକ୍ତ ଯୁବକ ଜଣକ ନିଜର ସହଯୋଗୀଙ୍କ ସହାୟତାରେ ଟାଉନହଲ ନିକଟରେ ଉମେଶର ବାଇକକୁ ଅଟକାଇ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଉମେଶଙ୍କ ମୁଣ୍ଡ, ମୁହଁ ଓ ଶରୀରକୁ ଠେଙ୍ଗା ଓ ରଡ୍‌ରେ ଆକ୍ରମଣ କରିଥିଲେ। ସେଠାରୁ ରକ୍ତାକ୍ତ ଅବସ୍ଥାରେ ଉମେଶ ଦୌଡି ଯାଇ ଜଣକ ଘରେ ଶରଣ ପଶିଥିଲେ। ଉମେଶ ନିଜ ସମ୍ପର୍କୀୟଙ୍କୁ ଡାକିବା ପରେ ତାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଉମେଶଙ୍କୁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ମାଡ ମାରିଥିବା ଯୁବକଙ୍କ ପରିଚୟ ମିଳିପାରିନାହିଁ।

ସମ୍ବନ୍ଧିତ ଖବର