ଅଟୋ ଓଲଟି ଯୁବକଙ୍କ ମୃତ୍ୟୁ

ପଟ୍ଟାଙ୍ଗି: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ତଥା ଆନ୍ଧ୍ର ସୀମାନ୍ତ ସୁଙ୍କି-ଅମ୍ପାବାଲ୍ଲୀ ରାସ୍ତାର କଟୁବ ଗ୍ରାମ ନିକଟରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଅଟୋ (ଏପି ୩୫ଏକ୍ସ ୦୯୬୧) ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଯାହାଫଳରେ ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୁଙ୍କି ଫାଣ୍ଡିରେ ଅଭିଯୋଗ ହୋଇଥିବା ଫାଣ୍ଡି ଅଧିକାରୀ ମନୋଜ ପ୍ରଧାନ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, କମାରପାଡୁ ଗ୍ରାମର ଜଗୁସିଂ ଦେରି(୨୫) ଗତକାଲି ଗୋଟିଏ ଭୋଜିରେ ଯୋଗ ଦେବାକୁ ନିକଟସ୍ଥ ମରବାଲି ଗାଁକୁ ଯାଇଥିଲେ। ରାତିରେ ଭୋଜିଖାଇ ଘରକୁ ଫେରିବା ସମୟରେ କଟୁବ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଅଟୋ ଓଲଟି ପଡିଥିଲା। ଜଗୁଙ୍କ ଉପରେ ଅଟୋ ଚାପି ହୋଇଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପରିବାର ଲୋକେ ସୁଙ୍କି ଫାଣ୍ଡିରେ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗ ପାଇ ଫାଣ୍ଡି ଅଧିକାରୀ ଶ୍ରୀ ପ୍ରଧାନ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଘଟଣାର ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧିତ ଖବର