ଛାତ୍ରୀଙ୍କୁ କମେଣ୍ଟ କରି ଯୁବକ ଗିରଫ

ମାଥାଲପୁଟ: କୋରାପୁଟ ଜିଲ୍ଲା ଦାମନଯୋଡି ଥାନା ଅନ୍ତର୍ଗତ ମାଥାଲପୁଟ ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ କମେଣ୍ଟ କରିବା ଅଭିଯୋଗରେ ପୁଲିସ ଲିଟିଗୁଡା ଗ୍ରାମର ନିଲୁ ଚେଟ୍ଟୀଙ୍କୁ ଗିରଫ କରିଛି। ପ୍ରକାଶ ଥାଉକି, ମାଥାଲପୁଟ ଅଞ୍ଚଳର କିଛି ଛାତ୍ରୀ ଅଞ୍ଚଳର ଜଣେ ଶିକ୍ଷକଙ୍କ ଘରେ ମାଗଣାରେ ଟ୍ୟୁସନ ପଢନ୍ତି। ତେବେ ଗତ ନଭେମ୍ବର ୨୩ତାରିଖରେ ଟ୍ୟୁସନ ପଢୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ୨ଜଣ ଯୁବକ କମେଣ୍ଟ କରିବା ସହ ଟ୍ୟୁସନ ପଢାଉଥିବା ଶିକ୍ଷକଙ୍କୁ ତାଙ୍କ ଘରେ ପଶି ବାଡେଇଥିଲେ। ଏନେଇ ଶିକ୍ଷକ ଜଣକ ଦାମନଯୋଡି ଥାନାରେ ଏତଲା ଦେବା ପରେ ଦୁଇ ଜଣ ଯୁବକ ଫେରାର ହୋଇଯାଇଥିଲେ। ଏହି ଘଟଣାର ତଦନ୍ତ କରି ଦାମନଯୋଡି ପୁଲିସ ଆଜି ଲିଟିଗୁଡା ଗ୍ରାମର ନିଲୁ ଚେଟ୍ଟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିିବା ଜଣାପଡିଛି।

ସମ୍ବନ୍ଧିତ ଖବର