ଜୟପୁର: କୋରାପୁଟ ଜିଲ୍ଲା କୁମୁଲିପୁଟ ଓ ବିଜେ ଗ୍ରାମରେ ପୁଣି ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ସେଠାରେ ୪ଟି ଭାଲୁ ଗତ କିଛି ଦିନହେବ ଆତଙ୍କ ଚଳାଇଥିଲେ। ସେମାନେ ଗାଁ ଛାଡ଼ି ଯାଉନଥିଲେ। ଗତ କିଛି ଦିନ ହେଲା ୪ଟି ଭାଲୁ ଜଙ୍ଗଲ ଛାଡ଼ି ଗାଁ ଭିତରକୁ ଚାଲି ଆସିଥିଲେ। ସେଥିମଧ୍ୟରୁ ଗୋଟିଏ ମାଈ ଭାଲୁ ଏବେ ଗାଁ ଛାଡ଼ି ଯିବାର ନାଁ ଧରୁ ନାହିଁ। ପୂର୍ବରୁ ଚାଷୀଙ୍କ ଆଖୁ ବାଡ଼ି ନଷ୍ଟ କରୁଥିଲା, ଏବେ ଗାଁରେ ଲୋକଙ୍କ ବାଡ଼ିରେ ପଶି ଆହାର ଖୋଜୁଛି।

Advertisment

ଲୋକେ ଭାଲୁକୁ ଦେଖି ଘଉଡ଼ାଇବାରେ ଲାଗି ପଡ଼ୁଛନ୍ତି। କେତେବେଳେ ଯେ କଣ ଅଘଟଣ ଘଟିବ ତାହା କେହି କହି ପାରିବେ ନାହି। ବନ ବିଭାଗ ସଜାଗ ହୋଇ ରହିଛି। ଭାଲୁ କିପରି ଜଙ୍ଗଲକୁ ଚାଲିଯିବ ତାହା ଉପରେ ନଜର ରଖିଥିବା ସୂଚନା ରହିଛି। କିନ୍ତୁ ଏଯାଏଭାଲୁ ଗାଁରେ ଥିବା ହେତୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।