ଶୌଚ ହେବାକୁ ଯାଉଥିବା ସମୟରେ ଆକ୍ରମଣ କଲା ଭାଲୁ: ଜଣେ ଗୁରୁତର

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ ଅନ୍ତର୍ଗତ ବାଣ୍ଡିଗୁଡ଼ା ପଞ୍ଚାୟତ ଏକଟାଗୁଡ଼ା ଗ୍ରାମର ରତି ପେଣ୍ଠିଆ ଆଜି ସକାଳେ ଶୌଚ ହେବାକୁ ଯାଉଥିବା ସମୟରେ ଭାଲୁ ଆକ୍ରମଣ କରିଥିଲା। ରତିଙ୍କୁ ଗୁରୁତର ଅବସ୍ଥାରେ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତରିତ କରଯାଇଥିବା ଜଣାପଡ଼ିଛି।
ବୋରିଗୁମ୍ମା ଏକଟାଗୁଡ଼ା ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଜଙ୍ଗଲରୁ ଭାଲୁ ବାହାରି ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି। ଏହାଫଳରେ ଆଜି ବି ଭୟଭୀତ ଅଛନ୍ତି ଗ୍ରାମବାସୀ। କିଛିଦିନ ତଳେ ବୋରିଗୁମ୍ମା ବନବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଜଙ୍ଗଲ ସୁରକ୍ଷା ଓ ଭାଲୁ ସୁରକ୍ଷା ନିମନ୍ତେ ବେନେର ଟାଙ୍ଗୀ ଗ୍ରାମବାସୀ ଏକ ସଭା କରି ଲୋକଙ୍କୁ ସଚେତନତା କରିଥିବା ଦେଖିବାକୁ ମିଳିଥିଲା। କିନ୍ତୁ କିଛି କାଠମାଫିଆ ନିଜର ସ୍ୱାର୍ଥ ନିମନ୍ତେ ଜଙ୍ଗଲରେ ନିଆଁ ଲଗାଇବା ଗଛ କାଟିବା ଦ୍ୱାରା ଭାଲୁ ଖାଦ୍ୟ ନ ପାଇ ଖାଦ୍ୟ ସନ୍ଧାନରେ ଏବେ ଗାଁ ମୁହାଁ ହେଉଥିବା କହିଛନ୍ତି ଗ୍ରାମବାସୀ।

ସମ୍ବନ୍ଧିତ ଖବର