କୋରାପୁଟ: ସାଇକେଲ୍‌ ରାଲିରେ କୋଣାର୍କରୁ ପହଞ୍ଚିଲେ ଲକ୍ଷ୍ମୀପୁର

ଲକ୍ଷ୍ମୀପୁର: ଚଳିତ ମାସ ୮ ତାରିଖରୁ କୋଣାର୍କ ଠାରୁ କୋରାପୁଟ ପର୍ଯ୍ୟନ୍ତ ସାଇକେଲ୍‌ ଯାତ୍ରାରେ ବାହାରିଛନ୍ତି ପ୍ରାୟ ୩୦ ଜଣ ଯୁବକ ଯୁବତୀା କୋଣାର୍କର ଐତିହ୍ୟ ସହ ବର୍ତ୍ତମାନ ମନ୍ଦିର ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ବାଚି ସୃଷ୍ଠି ହୋଇଥିବା ବେଳେ ଏହି ଯୁବକ-ଯୁବତୀମାନେ ତମାଖୁ ବର୍ଜନ, ପଲିଥିନ ନିଷେଧ ଭଳି ଅନେକ ସଚେତନତା ବାର୍ତ୍ତା ଦେଉଛନ୍ତି ସାଧାରଣ ଲୋକଙ୍କୁ।

ସାଇକେଲ ଯାତ୍ରାରେ ଅଧିକ କଷ୍ଟ ଅନୁଭବ ହୋଇଥିଲେ ମଧ୍ୟ କୋରାପୁଟର ପ୍ରାକୃତିକ ପରିବେଶର ମଜା ଅତି ନିଆରା ଓ ଏଠାକାର ଚାଲିଚଳନ ସହ ଅଞ୍ଚଳର ପରିବେଷକୁ ଖାପ ଖୁଆଇ ଆସିପାରୁଥିବା ଯୋଗୁଁ ସେମାନଙ୍କୁ ମଜା ଲାଗିଥିବା ପ୍ରକାଶ କରିଛନ୍ତିା ଲକ୍ଷ୍ମୀପୁରରେ ଗୁରୁବାର ପହଞ୍ଚିବା ପରେ ଶୁକ୍ରବାର କୋରାପୁଟରେ ପହଞ୍ଚିବେ ଓ ଦୁଇଦିନ ଧରି ଅଞ୍ଚଳର ମଜା ନେଇ ପୁଣି ସାଇକେଲ୍‌ରେ ହିଁ କୋଣାର୍କ ଫେରିବୁ ବୋଲି ସେମାନେ ପ୍ରକାଶ କରିଛନ୍ତିା

ଲକ୍ଷ୍ମୀପୁରରେ ପହଞ୍ଚିବା ପରେ ଟ୍ରକ ମାଲିକ ସଂଘ କର୍ମଚାରୀ ତରଫରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲାା ପରେ ଲକ୍ଷ୍ମୀପୁରରୁ ସାଇକେଲ୍‌ ଆରୋହୀମାନେ କୋରାପୁଟ ଅଭିମୁଖେ ବାହାରିଥିଲୋ

ସମ୍ବନ୍ଧିତ ଖବର