ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଜଣେ ମୃତ, ଦୁଇ ଗୁରୁତର

ନନ୍ଦପୁର: ନନ୍ଦପୁର ବ୍ଲକ ଥୁବା ପଂଚାୟତ କୋମାରଗୁଡା ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର ହୋଇଛନ୍ତି। ଅଗ୍ନିଶମ ଅଧିକାରୀ ସେମାନଙ୍କ ଗାଡ଼ିରେ ପ୍ରଥମେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଚୈତନ୍ୟ ପୋଡାଲ (୨୪)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଚୈତନ୍ୟଙ୍କର ଘର ନନ୍ଦପୁରରେ। ସେ କୌଣସି କାମରେ ଯାଇ ନନ୍ଦପୁର ଫେରୁଥିଲେ। ଏହି ଘଟଣାରେ ବାପା ହରି ପାଙ୍ଗି (୫୨) ଓ ପୁଅ ଧନୁର୍ଜୟ ପାଙ୍ଗି (୧୮)ଙ୍କ ଅବସ୍ଥା ଗୁରୁତର ରହିଛି। ଉଭୟଙ୍କର ଗୋଡ଼ ଭାଙ୍ଗିଛି ଏବଂ ମୁଣ୍ଡ ଫାଟିଯାଇଛି। ତେଣୁ ସେମାନଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ଆମ୍ବୁଲାନ୍ସ ଯୋଗେ ପୁଲିସ ସହାୟତାରେ ପଠାଯାଇଥିଲା। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କ ଘର ଲମତାପୁଟ ବ୍ଲକ ସିଲିପୋଡ଼ାକୁ ସୂଚନା ଦିଆଯାଇଥିଲା। ପୁଲିସ ମୋଟର ସାଇକଲ ଦୁଇଟିକୁ ଜବତ କରି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର