କୋରାପୁଟର ଅପହଞ୍ଚ ଇଲାକାରେ ପହଞ୍ଚିବ ବାଇକ ଆମ୍ବୁଲାନ୍ସ

ଭୁବନେଶ୍ବର  : ଏଣିକି ଅପହଞ୍ଚ ଇଲାକାରେ ପହଞ୍ଚିବ ବାଇକ ଆମ୍ବୁଲାନ୍ସ । ପ୍ରଥମେ  କୋରାପୁଟ ଜିଲ୍ଲାରେ ଆରମ୍ଭ ହେବ ବାଇକ ଆମ୍ବୁଲାନ୍ସ ।

କେନ୍ଦ୍ର ସରକାରଙ୍କ ଠାରୁ ମିଳିଥିବା ଏକ ସ୍ୱତନ୍ତ୍ର ଫଣ୍ଡରୁ ଜିଲ୍ଲାକୁ ଆସିଛି ଏହି ୮ଟି ବାଇକ ଆମ୍ବୁଲାନ୍ସ । ଜିଲ୍ଲାର ଅପହଞ୍ଚ ଇଲାକାରେ ନିୟୋଜିତ ହେବ ଏହି ବାଇକ ଆମ୍ବୁଲାନ୍ସ । ଦୁର୍ଗମ ଅଞ୍ଚଳ କୁହାଯାଉଥିବା ନାରାୟଣପାଟଣା, ବନ୍ଧୁ ଗାଁ, ଲମତାପୁଟ, ଦଶମନ୍ତପୁର ଭଳି ବ୍ଲକରେ ଏହି ବାଇକ ଆମ୍ବୁଲାନ୍ସ କାମ କରିବ । ତେବେ ଏହା କେବେଠାରୁ ଆରମ୍ଭ ହେବ ଏବଂ ଏହାର ଦାୟିତ୍ୱ କାହାକୁ ଦିଆଯିବ ନେଇ ବିଧିବଧ ଭାବେ ୨ରୁ ୩ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧାକାରୀ ।

ସମ୍ବନ୍ଧିତ ଖବର