ଗୁଣି ସନ୍ଦେହ: ପଥରରେ ଛେଚି ହତ୍ୟା

କୋରାପୁଟ/ପଟାଙ୍ଗୀ : ଗୁଣିଆ ବୋଲି ସନ୍ଦେହ କରି ଜଣେ ବ୍ୟକ୍ତିଙ୍କୁ ପିଟିବା ସହ ପଥରରେ ଛେଚି ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ। ଏମିତି ଏକ ଜଘନ୍ୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଲାଉଡି ଗ୍ରାମରେ। ମୃତକ ହେଲେ ଖର୍ଜିମ ଲାଛନା ରାଓ(୫୩ବର୍ଷ)। ଏ ନେଇ ପଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି। ଲାଉଡି ଗ୍ରାମରେ ନଅ ଦିନ ଦିନ ହେଲା ମା’ ଗାଙ୍ଗାମାଙ୍କ ଯାତ୍ରା ଚାଲିଥିଲା। ଗତକାଲି ଏହି ଯାତ୍ରାର ଶେଷ ରାତ୍ରୀ ଥିବାରୁ ସମସ୍ତେ ଯାତ୍ରା ଦେଖିବାକୁ ବାହାରିଥିଲେ। କିନ୍ତୁ ଗ୍ରାମର ଖର୍ଜିମ ଲାଛନା ରାଓ ଘରେ ଶୋଇଥିଲେ। ରାତି ପ୍ରାୟ ସାଢେ ୯ଟାରେ ତାଙ୍କୁ କିଛି ଲୋକ ଘରୁ ଡାକିଥିଲେ। ସେ ଘରୁ ବାହାରକୁ ଆସିବା ପରେ ମନଇଛା ବାଡେଇଥିଲେ। ରାସ୍ତା ଉପରେ ତାଙ୍କୁ ମାଡ ମରାଯାଉଥିଲେ ମଧ୍ୟ କେହି ରକ୍ଷା କରି ନ ଥିଲେ। ମାଡ ଖାଇ ତଳେ ପଡିଥିବା ଲାଛନା ରାଓଙ୍କୁ ପଥରରେ ଛେଚି ପକାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର