କାଉଡିଆଙ୍କ ଗୁପ୍ତେଶ୍ୱର ଯାତ୍ରା

ଖଇରପୁଟ: ଶ୍ରାବଣ ମାସ ଚତୁର୍ଥ ସୋମବାରରେ ଜଳାଭିଷେକ କରିବା ନିମନ୍ତେି ଖଇରପୁଟ ବ୍ଲକ ସଦର ମହକୁମାର ୬୦ରୁ ଊର୍ଧ୍ୱ କାଉଡିଆ ଗୁପ୍ତେଶ୍ୱର ଶୈବ ପୀଠ ଅଭିମୁଖେ ବାହାରିଛନ୍ତି। ଆଜି ସକାଳେ ବୋଲବମ ଦଳର ସମସ୍ତ କାଉଡ୍ରା ଦାମଲଦେଇ ନଦୀକୁ ଯାଇ ପାଣି ଉଠାଇବା ପରେ ପୂଜାର୍ଚନା କରିଥିଲେ। ପରେ ସମସ୍ତେ ସ୍ଥାନୀୟ ରାମେଶ୍ୱର ଶୈବ ପୀଠରେ ପହଞ୍ଚି ପୂଜାର୍ଜାନ କରି ଗୁପ୍ତେଶ୍ୱର ଅଭିମୁଖେ ବାହାରିଥିଲେ। ଏହି ଦଳକୁ ସହଯୋଗ କରିବା ନିମନ୍ତେ ବହୁ ସ୍ୱେଚ୍ଛାସେବୀ ସାଥୀରେ ଗୁପ୍ତେଶ୍ୱର ବାହାରିଛନ୍ତି। ସେହିପରି ନୀଳାଦ୍ରିନଗର ବାଲିମେଳା, ଡାଇକ୍‌-୩ ଗ୍ରାମର ଶତାଧିକ କାଉଡିଆ ଜଳାଭିଷେକ ନିମନ୍ତେ ଗୁପ୍ତେଶ୍ୱର ଶୈବ ପୀଠକୁ ଅଭିମୁଖେ ବାହାରିଛନ୍ତି।
ଆବର୍ଜନା କୁଣ୍ଡ ବ୍ୟବସ୍ଥା
ବାଲିମେଳା,୧୭/୮(ଇମିସ): ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ବାଲିମେଳା ଏନଏସି ପକ୍ଷରୁ ବିଭିନ୍ନ ସ୍ଥାନରେ ଆବର୍ଜନା କୁଣ୍ଡର ବ୍ୟବସ୍ଥା କରାଯାଇଛି। ନୋଡାଲ ଅଫିସର ଏସ୍‌ଡିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦ୍ଦେଶକ୍ରମେ ଏନଏସି ପକ୍ଷରୁ ୨ଶହଟି ଆବର୍ଜନା କୁଣ୍ଡ କିଣାଯାଇଥିଲା। ଉକ୍ତ ଆବର୍ଜନା କୁଣ୍ଡକୁ ସ୍ଥାନୀୟ ବସଷ୍ଟାଣ୍ଡ, କାଳୀ ଛକ, ଡ୍ରଗ୍‌ ଲାଇନ୍‌ ଓ ବିଭିନ୍ନ ବିଦ୍ୟାଳୟ ସମ୍ମୁଖରେ ଏହି ରଖାଯାଇଛି। ଏନ୍‌ଏସି କର୍ମଚାରୀ ସାଧୁ ଚରଣ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଆଜି ଶହେଟି କୁଣ୍ଡ ରଖାଯାଇଥିବା ବେଳେ ଆସନ୍ତା ଦିନରେ ଅବଶିଷ୍ଟ ଶହେଟି କୁଣ୍ଡ ବିଭିନ୍ନ ସ୍ଥାନରେ ରଖାଯିବ ବୋଲି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣ ବିଶୋୟୀ କହିଛନ୍ତି।

ସମ୍ବନ୍ଧିତ ଖବର