ଜଳିଗଲା ମାଣ୍ଡିଆ ବୋଝେଇ ଟ୍ରାକ୍ଟର

ଲମତାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ତୁସୁବା ପଞ୍ଚାୟତ ଅନ୍ତର୍ଗତ ଖିଲପୁଟ ଗ୍ରାମରେ ଆଜି ଅପରାହ୍ନ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଟ୍ରାକ୍ଟରରେ ମାଣ୍ଡିଆ ଲଦି ଘରକୁ ନେଉଥିବା ସମୟରେ ତୁସୁବା ମୁଖ୍ୟ ରାସ୍ତାରୁ ଖିଲପୁଟ ଯିବା ବାଟରେ ବିଦ୍ୟୁତ ତାର ଲାଗି ଏହି ଟ୍ରାକ୍ଟରଟି ଜଳିଯାଇଥିଲା। ଏଥିରେ ଟ୍ରାକ୍ଟର ଡ୍ରାଇଭର ଅଳ୍ପକେ ବର୍ତି ଯାଇଥିଲେ। ଗ୍ରାମବାସୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ମାଣ୍ଡିଆ ସବୁ ଜଳି ଯାଇଥିଲା।
ଘଟଣାରୁ ପ୍ରକାଶ ଯେ, ଖିଲପୁଟ ଗ୍ରାମର କାଶି ପାଙ୍ଗି ୩ ଏକର ଜମିରେ ମାଣ୍ଡିଆ ଚାଷ କରିଥିଲେ। ଏହାକୁ ଅମଳ କରି ଏକ ଟ୍ରାକ୍ଟର ଯୋଗେ ଘରକୁ ନେଉଥିଲେ। ଟ୍ରାକ୍ଟରରେ ଆବଶ୍ୟକତାଠାରୁ ଅଧିକ ମାଣ୍ଡିଆ ଲଦା ଯାଇଥିବାରୁ ଟ୍ରଲି ଚାରିଆଡେ କଞ୍ଚା କାଠ ଦିଆଯାଇଥିଲା। ରାସ୍ତାରେ ଯିବା ସମୟରେ ବିଦ୍ୟୁତ ତାର ଲାଗି ନିଆଁ ଲାଗି ଯାଇଥିଲା। ନିଆଁ ଦେଖି ଡ୍ରାଇଭର ଟ୍ରାକ୍ଟରରୁ ଡେଇଁ ପଡିଥିଲେ। ଫଳରେ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର