ଚିତ୍ରକୋଣ୍ଡା ପୁଲିସ ଦ୍ଵାରା ୫ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ପୁଲିସ ଦ୍ୱାରା ଚିତ୍ରକୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ରାଜୁଲକୋଣ୍ଡା ଗ୍ରାମ ଓ ବଡ଼ପଦର ପଞ୍ଚାୟତର ରେଖାପଲ୍ଲୀ ବନଗୁରୁ ଗ୍ରାମରେ ଲଗାଯାଇଥିବା ବହୁ ପରିମାଣର ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି।
ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ନେତୃତ୍ବରେ ପୁଲିସର ଏକ ଟିମ୍ ଦ୍ୱାରା ରାଜୁଲକୋଣ୍ଡା ଗ୍ରାମ ଓ ରେଖାପଲ୍ଲୀ ବନଗୁରୁ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ସେଠାରୁ ବେଆଇନ ଭାବେ ୭୦ ଏକର ଜମିରେ ଲଗାଯାଇଥିବା ୯୮ ହଜାର ଗଞ୍ଜେଇ ଗଛ ନଷ୍ଟ କରିବା ସହ ପୋଡ଼ି ଦିଆଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୫ କୋଟି ଷାଠିଏ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୁଲିସ ସୂଚନା ଦେଇଛି।

ଏହି ଚଢ଼ାଉରେ ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀ, ଏଏସଆଇ ରାଜେନ୍ଦ୍ର ପାଙ୍ଗି, ଚିତ୍ରକୋଣ୍ଡା ଥାନାର କନେଷ୍ଟବଳ ଓ ହୋମଗାର୍ଡ ସାମିଲ ହୋଇଥିଲେ। ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ଏସଡିପିଓ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର