କାର୍‌-ସ୍କୁଟି ମୁହାଁମୁହିଁ, ନାବାଳକ ଗୁରୁତର

ମାଥାଲପୁଟ: କୋରାପୁଟ ଜିଲ୍ଲା ଦାମନଯୋଡି ଥାନା ଅନ୍ତର୍ଗତ ନାଲ୍‌କୋ ଇନ୍‌ଟେକ ରୋଡ୍‌ର ଚମ୍ପାପଦର ନ୍ୟୁ କଲୋନି ନିକଟରେ ଏକ କାର୍‌ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣେ ନାବାଳକ ସ୍କୁଟି ଚାଳକ ଗୁରୁତର ହୋଇ ନାଲ୍‌କୋ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ମାଥାଲପୁଟ ଗ୍ରାମର ମଇନା ରାଉତଙ୍କ ପୁଅ ସରୋଜ ରାଉତ(୧୪) ଆଜି ଏକ ସ୍କୁଟି(ଓଆର ୧୦ଜେ ୮୫୪୩) ଯୋଗେ କୌଣସି କାମରେ ବନ୍ଧଗୁଡା ଯାଉଥିଲା।

ତେବେ ନାଲ୍‌କୋ ଇନ୍‌ଟେକ ରୋଡ୍‌ର ଚମ୍ପାପଦର ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ କାର୍‌(ଓଡି ୧୦ବି ୧୮୩୩) ଓ ଏହି ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ସରୋଜର ଡାହାଣ ଗୋଡ ଭାଙ୍ଗି ଯାଇଥିଲା। ପରେ ସରୋଜକୁ ନାଲ୍‌କୋ ହସପିଟାଲରେ ଭର୍ତି କରାଯାଇଥିଲା। ଦୁର୍ଘଟଣାଗ୍ରସ୍ତ କାର୍‌ର ଚାଳକ ନାଲ୍‌କୋ ଜିଏମ୍‌କୁ ପ୍ଲାଣ୍ଟରୁ ଆଣିବା ପାଇଁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଖବର ପାଇ ଦାମନଯୋଡି ପୁଲିସ କାର୍‌ ଓ ସ୍କୁଟିକୁ ଜବତ କରିଛି।

ସମ୍ବନ୍ଧିତ ଖବର