ଦୁର୍ନୀତିରେ ସଂପୃକ୍ତି ନେଇ ‘ହାଲ’ର ୮ ଜଣ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ

ଭୁବନେଶ୍ୱର: କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା (ସିବିଆଇ) ଦୁର୍ନୀତି କାରବାର ସହିତ ଜଡ଼ିତ ହିନ୍ଦୁସ୍ଥାନ ଏରୋନେଟିକସ୍‌ ଲିମିଟେଡ (‘ହାଲ’)ର ୮ ଜଣ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ କମ୍ପାନିର ୫ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ସିବିଆଇ ଭବେନ ମୈତ୍ର, ଅବିନାଶ କୁମାର ସରକାର, ଶୁଭଶ୍ରୀ ଦାସ, ଜୟରାମ ଗରଡା, ବିପ୍ର ଚନ୍ଦ୍ର ମହାରଣା, ଯିଶୁଦନ ଖୋସଲା, ଉର୍ଦ୍ଧବ ଖୋଳା, ସଦାନନ୍ଦ ନାୟକ ଏବଂ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ସିବିଆଇକୁ ମିଳିଥିବା ତଥ୍ୟ ଅନୁସାରେ ଅଭିଯୁକ୍ତମାନେ ଜାନୁଆରିରୁ ଅଗଷ୍ଟ ମଧ୍ୟରେ ୫ କୋଟି ଟଙ୍କାର ବିଭିନ୍ନ ଠିକାକାମ ପାଇଁ ଲାଞ୍ଚ କାରବାରରେ ସଂପୃକ୍ତ ଥିଲେ।

କୋରାପୁଟସ୍ଥିତ ‘ହାଲ୍‌’ର ଇଞ୍ଜିନିୟରିଂ ଡିଭିଜନ ମ୍ୟାନେଜର (ଭିଜିଲାନ୍ସ) ଉଦୟ କୁମାର ରାଉତଙ୍କ ଅଭିଯୋଗ କ୍ରମେ ସିବିଆଇ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଚିଠି ମାଧ୍ୟମରେ ସିବିଆଇ ନିକଟରେ ହୋଇଥିବା ଅଭିଯୋଗ ଅନୁସାରେ ନିକଟରେ ଅର୍ଦ୍ଧ ବାର୍ଷିକୀ ଅଡିଟ ହୋଇଥିଲା। ଅଡିଟ ସମୟରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ଜଣାପଡ଼ିଥିଲା। ‘ହାଲ୍‌’ର ଭିଜିଲାନ୍ସ ବିଭାଗ ଏକ ପେନ୍‌ ଡ୍ରାଇଭ, ମୋବାଇ ହ୍ୟାଣ୍ଡସେଟ୍‌, କେସ୍‌ ଭାଉଚର, ଏକ ଡାଇରି, ୩ଟି ମାଷ୍ଟର ଫାଇଲ ଓ ଘଟଣା ସହିତ ଜଡ଼ିତ ଅନ୍ୟ ଜନିଷପତ୍ର ଜବତ କରିଛି।

ସମ୍ବନ୍ଧିତ ଖବର