ଜୟପୁର :  ବିଧବାଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା

ଜୟପୁର :  କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଜୟନଗର ଦିସାରୀ ସାହିର ସାନିଆ ହରିଜନଙ୍କୁ  ସରକାରଙ୍କ ପକ୍ଷରୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଆଜି ଜୟପୁର ଉପ-ଜିଲ୍ଲାପାଳ ସାନିଆଙ୍କୁ  ୨୦ ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି । ତାଙ୍କୁ ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଛି ।

ସାନିଆଙ୍କ ସ୍ବାମୀ ଧୋନା ହରିଜନ ମୃତ୍ୟୁବରଣ କରିଥିବାରୁ ଜୀବିକା ସହାୟତା ନିମନ୍ତେ  ତାଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି । ଆହୁରି ମଧ୍ୟ କିଛି ଦିନ ତଳେ ତାଙ୍କର ଚାଳଛପର ଘରଟି ନିଆଁରେ ପୋଡ଼ିଯାଇଥିବାରୁ ଜୟପୁର ଉପଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଏହି ସହାୟତା ରାଶି ମଂଜୁର କରାଯାଇଥିଲା ।

 

ସମ୍ବନ୍ଧିତ ଖବର