ଜୟପୁର: କୋରାପୁଟ ଜିଲ୍ଲାପାଳ ମହମ୍ମଦ ଆବଦଲ ଆକ୍ତରଙ୍କ ବଦଳି ହେବା ପରେ ନୂଆ ଜିଲ୍ଲାପାଳ ଭାବେ ଭି.କୀତ୍ତୀଭାସନ୍ ଆଜି ନିଜ କାର୍ଯ୍ୟରେ ଯୋଗ ଦେଇଥିଲେ।  ସେ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟର ସବୁ ୱାର୍ଡ ବୁଲି ରୋଗୀଙ୍କ ଅଭାବ ଓ ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ। ସେଭଳି ୫ଟି ଯୋଜନା ଅର୍ନ୍ତଗତ ନିର୍ମାଣାଧୀନ ଥିବା ଆମ ହସ୍ପିଟାଲ ଯୋଜନାରେ ନିର୍ମାଣାଧୀନ ଥିବା କାମ ଗୁଡିକର କରିଥିଲେ ନିରୀକ୍ଷଣ । ଏଠାରେ ଲାଗିଥିବା ପ୍ୟାସଣ୍ଟ କଲିଂ, ଓ ଟଚ୍ କିଓସ୍କ ଗୁଡିକର ତଦାରଖ କରିଥିଲେ। ନିର୍ମାଣାଧୀନ ୩୦୦ଶହ ଶଯ୍ୟା ବିଶିଷ୍ଟ ୭ମହଲାର ତଦାରଖ କରିଥିଲେ।

Advertisment

ତାଙ୍କ ସହ ରାସ୍ତା ଓ କୋଠାବାଡ଼ି ଜୟପୁର ବିଭାଜନର ନିର୍ବାହୀ ଯନ୍ତ୍ରୀ ଇଂ.କ୍ଷୀରଧର କନ୍ଦପାଣି, ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ସିଡିଏମଓ ଡ.କାହ୍ନୁଚରଣ ପାତ୍ର, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ.ଅରୁଣ କୁମାର ପାଢ଼ୀ, ଭାରପ୍ରାପ୍ତ ଡିଏମଓ ଡ.ଦିଲ୍ଲୀପ କୁମାର ବିଶ୍ବାଳ , ଡିପିଏମ୍ ଶୁଭକାନ୍ତ ଗନ୍ତାୟତ, ଏନଏଚଏମ୍ ସହକାରୀ ଯନ୍ତ୍ରୀ ବିଶ୍ବରଂଜନ ଷଡଙ୍ଗୀ, ହସ୍ପିଟାଲ ମ୍ୟାନଜର ରୁପସୀ ମଧୁମିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।