କୋରାପୁଟ: ପଥପ୍ରାନ୍ତ ନାଟକ ମାଧ୍ୟମରେ କଂଗ୍ରେସର ନିର୍ବାଚନ ଇସ୍ତାହାର ସଂଗ୍ରହ ଅଭିଯାନ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବସଷ୍ଟାଣ୍ଡର ଆମ୍ବେଦକର ଛକ ସମ୍ମୁଖରେ କଂଗ୍ରେସ ଦଳର ନିର୍ବାଚନ ଇସ୍ତାହାର ସଂଗ୍ରହ ଅଭିଯାନ ପଥପ୍ରାନ୍ତ ନାଟକ ମାଧ୍ୟମରେ ଆରମ୍ଭ କରାଯାଇଛିା ନିର୍ବାଚନ ପୁର୍ବରୁ ବିଭିନ୍ନ ରାଜନୈତିକ ଦଳ ସେମାନେ ସେମାନଙ୍କ କମିଟିର ନିଷ୍ପତି ମୁତାବକ ନିର୍ବାଚନ ଇସ୍ତାହାର ସାଧାରଣଜନତାଙ୍କ ଉଦ୍ଦେଶ୍ୟରେ ରଖିଥାନ୍ତି। ଚଳିତ ୨୦୧୯ ନିର୍ବାଚନ ପୁର୍ବରୁ ଜାତୀୟ କଂଗ୍ରେସର ନିର୍ଦେଶ କ୍ରମେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଏକ ସ୍ୱତନ୍ତ୍ର ଟିମ୍‌ ଓଡିଶାର ସମସ୍ତ ଜିଲ୍ଲାରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ସାଧାରଣ ଲୋକେ କଣ ଚାହୁଁଛନ୍ତି ଓ ସେମାନଙ୍କ ଅଞ୍ଚଳରେ ନିର୍ବାଚନ ଇସ୍ତାହାର କଣ ରଖାଗଲେ ଭୋଟର ସନ୍ତୁଷ୍ଠ ହେବା ସହ କ୍ଷମତାକୁ ଆସିଲେ ସେହି ନିର୍ବାଚନ ଇସ୍ତାହାର ପୁରଣ କରିବେ ତାହାକୁ ନେଇ ହ୍ଵାଟର୍ସଅପ୍‌, ଇ-ମେଲ୍‌, ଟୁଇଟର୍‌ ଓ ଫେସବୁକ୍‌ ମାଧ୍ୟମରେ ଜଣାଇବାକୁ ଅନୁରୋଧ କରାଯାଇଛିା

ଅଞ୍ଚଳର ଅଧିକ ଲୋକଙ୍କ ମତକୁ ନେଇ ସେହି ଅଞ୍ଚଳ ପାଇଁ ନିର୍ବାଚନ ଇସ୍ତାହାର କରାଯିବାର କଂଗ୍ରେସ ଏକ ନୂତନ କୌଶଳ ଅବଲମ୍ବନ କରିଥିବା ବେଳେ ପଥପ୍ରାନ୍ତ ନାଟକ ଦେଖିବାକୁ ଲୋକଙ୍କ ଭିଡ ଯମୁଛିା ପଥପ୍ରାନ୍ତ ନାଟକରେ କୋଣସି ଦଳକୁ ସେମିତି କିଛି ଆକ୍ଷେପ କରାଯାଉନଥିଲେ ମଧ୍ୟ ଦେଶ ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ଆଜି ବି ଲୋକେ ମୌଳିକ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ପ୍ରକାଶ କରାଯାଉଥିବା ବେଳେ ନିର୍ବାଚନ ଇସ୍ତାହାର ବର୍ତମାନ ସାଧାରଣ ଜନତାଙ୍କ ହାତରେ ବୋଲି ନାଟକ ମଞ୍ଚସ୍ଥ କରାଯାଇଥିଲା। କାର୍ଯ୍ୟକ୍ରମରେ ଲକ୍ଷ୍ମୀପୁର ବିଧାୟକ କୈଳାଶ ଚନ୍ଦ୍ର କୁଲେସିକାଙ୍କ ସମେତ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲୋଏଟାରୁ ସମାପ୍ତ ହେବା ପରେ କାକିରିଗୁମ୍ମାରେ ପହଞ୍ଚି ସେଠାରେ ମଧ୍ୟ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲାା

ସମ୍ବନ୍ଧିତ ଖବର