କୋରାପୁଟ କଂଗ୍ରେସରେ ଅଡ଼ୁଆ ଛିଣ୍ଡୁନି : ସମ୍ବର୍ଧନା କାର୍ଯ୍ୟକ୍ରମରେ ଏକାଠି ଦିଶିଲେନି

କୋରାପୁଟ : କିଛିଦିନ ଧରି କୋରାପୁଟ କଂଗ୍ରେସରେ ଲାଗିରହିଥିବା ଗୋଷ୍ଠୀ ବିବାଦ ଏଯାବତ୍‌ ବଳବତ୍ତର ରହିଛି। ଆଜି ଦଳର ଏକ ସମ୍ବର୍ଧନା କାର୍ଯ୍ୟକ୍ରମରେ ଏହା ସ୍ପଷ୍ଟ ହୋଇଯାଇଛି।

କୋରାପୁଟ ରାଜସ୍ୱ ପଡିଆରେ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ରୁପକ ତୁରୁକଙ୍କୁ ସମ୍ବର୍ଦ୍ଧନା ଦେବା ଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରା ସହ ସାଧାରଣ ସଭା କରାଯାଇଥିଲା। ଏଥିରେ ଦଳର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ, ଲକ୍ଷ୍ମୀପୁର ବିଧାୟକ କୈଳାସ କୁଲେସିକା, ପୂର୍ବତନ ବିଧାୟକ ନିମାଇଁ ସରକାରଙ୍କ ସମେତ ଏକାଧିକ ବ୍ଲକ କଂଗ୍ରେସ ସଭାପତି ଉପସ୍ଥିତ ଥିଲେ। ମାତ୍ର, ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝୀ, କୋରାପୁଟ ନଗର ସଭାପତି ଭବାନୀ ଶଙ୍କର ମିଶ୍ର, କୋରାପୁଟ ନଗରପାଳ ଭଗବାନ ବାହିନୀପତି ପ୍ରମୁଖ ଏହି ସଭା କିମ୍ବା ଶୋଭାଯାତ୍ରାରେ ଉପସ୍ଥିତ ନ ଥିଲେ। ଶ୍ରୀ ବାହିନୀପତିଙ୍କ କିଛି ଖାସ ଅନୁଗତଙ୍କୁ ମଧ୍ୟ ଏହି ସଭାରେ ଦେଖିବାକୁ ମିଳି ନ ଥିଲା।

ସମ୍ବନ୍ଧିତ ଖବର