ପ୍ରଶାସନର ପ୍ରତିଶ୍ରୁତି ପରେ ଆମରଣ ଅନଶନରୁ ଓହରିଲେ କଂଗ୍ରେସ ବିଧାୟକ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବିଧାୟକ କୈଳାଶ କୁଲେସିକା ଶୁକ୍ରବାର ଆମରଣ ଅନଶନରୁ ଓହରିଛନ୍ତି। ଉପଖଣ୍ଡ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ବିଧାୟକ କୁଲେସିକା ଅନଶନ ଭଙ୍ଗ କରିଛନ୍ତି। ୮ ଦଫା ଦାବି ନେଇ ସେ ପ୍ରଥମେ ଧାରଣା ଦେଇଥିବା ବେଳେ ପରେ ଆମରଣ ଅନଶନ କରିଥିଲେ।

ସୂଚନାଯୋଗ୍ୟ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ୪ ଗୋଟି ବ୍ଲକ ଯଥା ବନ୍ଧୁଗାଁ ଦଶମନ୍ତପୁର ଲକ୍ଷ୍ମୀପୁର ଓ ନାରାୟଣପାଟଣାର ୮ଗୋଟି ଦାବି- ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାକୁ ସବଡିଭିଜନାଲ୍‌ର ମାନ୍ୟତା ଦେବା ସହ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସ୍ଥାପନ, ଲକ୍ଷ୍ମୀପୁର ଡାକ୍ତରଖାନାକୁ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ମାନ୍ୟତା ପ୍ରଦାନ କରିବା, ଦଶମନ୍ତପୁର ବ୍ଲକର ମୁରାନ୍‌ ଡ୍ୟାମ୍‌ରେ ଝୁଲା ପୋଲ ନିର୍ମାଣ, ସମସ୍ତ ବ୍ଲକର ଅନେକ ସ୍କୁଲରେ ଖାଲି ଥିବା ଶିକ୍ଷକ ପଦବୀ ପୁରଣ କରିବା, ଯେଉଁ ଗ୍ରାମପଞ୍ଚାୟତ ମାନଙ୍କରେ ବର୍ତମାନ ସୁଧା ଟେଲିଫୋନ୍‌ର ବ୍ୟବସ୍ଥା ହୋଇନାହିଁ ସେହି ଗ୍ରାମପଞ୍ଚାୟତ ଗୁଡିକରେ ଶୀଘ୍ର ମୋବାଇଲ୍‌ ଟାଓ୍ଵାର ସ୍ଥାପନ କରିବା, କୋଡିଙ୍ଗା ମାଳି ଖଣିଖନନରେ ଏସଆଇଏସ୍‌ ଭଳି ସଂସ୍ଥା ଲାଞ୍ଚ ନେଇ ନିଯୁକ୍ତି ଦେବା ଭଳି ସଂସ୍ଥାକୁ ବାହାର କରି ଲାଞ୍ଚ ଟଙ୍କା କୁ ତୁରନ୍ତ ଫେରସ୍ତ କରିବା,ଏନ୍‌ ବିସିସିକୁ ମିଳିଥିବା ୧୬୯ଟି ସଡକ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବା, ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକର ଜଳସେଚନ ପାଇଁ ଚିନ୍ତାଗୁଡା ଠାରେ ଏକ ବଡ ଡ୍ୟାମ ନିର୍ମାଣ କରିବା ଭଳି ୮ଟି ଦାବି କୁ ଗତ କିଛି ମାସ ହେଲା ସରକାରଙ୍କ ଦୃଷ୍ଠିଗୋଚର କରାଯାଇଥିଲେ ମଧ୍ୟ ସରକାର ଆଦୌ କର୍ଣପାତ କରୁନଥିବା କାରଣରୁ ଧାରଣାରେ ବସିଥିଲେ।

ସମ୍ବନ୍ଧିତ ଖବର