ବୈପାରିଗୁଡ଼ା: ମାଲକାନଗିରି ଜିଲ୍ଲାରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା କୋରାପୁଟ ଜିଲ୍ଲା ବୈପାରିଗୁଡା ପୁଲିସ। ପନିପରିବା ଭର୍ତ୍ତି ପିକ୍‌ଅପ୍‌ରେ ଏହା ଚାଲାଣ କରାଯାଉଥିଲା।

Advertisment

ସୂଚନା ଅନୁଯାୟୀ, ଆଜି ଭୋରରୁ ବୈପାରିଗୁଡ଼ା ଥାନା ଓଆଇସି ଡମ୍ବରୁଧର ବାତ୍ରିଆଙ୍କୁ ମାଲକାନଗିରି ଜିଲ୍ଲାରୁ ବୈପାରିଗୁଡା ଦେଇ ଗଞ୍ଜେଇ ଚୋରା ଚାଲାଣ ହେବା ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଓଆଇସି ଡମ୍ବରୁଧର ବାତ୍ରିଆଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇ ଧୀରେନ୍ଦ୍ର ବାରିକ ଏକ ଟିମ୍ ଗଠନ କରି ପାଟ୍ରୋଲିଂ ପାଇଁ ମାଲକାନଗିରି ରାସ୍ତାରେ ବାହାରି ଥିଲେ।

ଆଜି ସକାଳ ୮ଟା ବେଳେ ମାଲକାନଗିରି ରାସ୍ତା ପଟୁ ଛତିଶଗଡ଼ ନମ୍ବର ରହିଥିବା ଗୋଟିଏ ବାଇକ୍ ଏବଂ ଏକ ପିକ୍‌ଅପ୍‌ରେ ପରିବା ବୋଝେଇ ହୋଇ ଆସୁଥିବା ବେଳେ ପୁଲିସ ସନ୍ଦେହ କରି ଅଟକାଇ ଥିଲା। ପିକ୍‌ଅପ୍‌ରେ ପନିପରିବା ଭର୍ତ୍ତି ରହିଥିବା ବେଳେ ଭିତରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ତୁରନ୍ତ ବାଇକ୍ ଏବଂ ପିକ୍‌ଅପ୍‌ ଜବତ କରିବା ସହ ତିନି ଜଣକୁ ଥାନାକୁ ଆଣି ପଚରାଉଚରା କରାଯାଇଥିଲା। ତିନି ଜଣଙ୍କ ମଧ୍ୟରୁ ଜଣେ ନବରଙ୍ଗପୁର ଜିଲ୍ଲାର ରାଇଘର ଥାନା ଅଞ୍ଚଳର ରାଜୁ ମଣ୍ଡଳ ଏବଂ ଦୁଇଜଣ ଉତ୍ତରପ୍ରଦେଶର କ୍ରିଷ୍ଣା ସିଂ ଓ ହ୍ରିତିକ୍ ଚହ୍ବାନ ବୋଲି ଜଣାପଡ଼ିଛି।

ମାଲକାନଗିରି ରାସ୍ତା ପଟୁ ଛତିଶଗଡ଼ ନମ୍ବର ରହିଥିବା ଗୋଟିଏ ବାଇକ୍ ଏବଂ ଏକ ପିକ୍‌ଅପ୍‌ରେ ପରିବା ବୋଝେଇ ହୋଇ ଆସୁଥିବା ବେଳେ ପୁଲିସ ସନ୍ଦେହ କରି ଅଟକାଇ ଥିଲା। ପିକ୍‌ଅପ୍‌ରେ ପନିପରିବା ଭର୍ତ୍ତି ରହିଥିବା ବେଳେ ଭିତରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା।

ଜବତ ଗଞ୍ଜେଇ ବସ୍ତା ସବୁକୁ ଓଜନ କରିବାରୁ ସେଥିରେ ୧ କୁଇଣ୍ଟାଲ ୫୮ କିଲୋ ଥିବା ଜଣାପଡିଥିଲା। ମାଲକାନଗିରି ଜିଲ୍ଲାର ବାଲିମେଳାରୁ ବାହାରି କୁଡୁମୁଲୁଗୁମ୍ମା ଦେଇ ଭାୟା ବୈପାରିଗୁଡାରୁ ଉତ୍ତରପ୍ରଦେଶ ଚାଲାଣ କରୁଥିବା ସ୍ବୀକାର କରିଥିଲେ ଗିରଫ ତିନି ଗଞ୍ଜେଇ ଚାଲାଣକାରୀ। ତଦନ୍ତକାରୀ ଅଧିକାରୀ ସଞ୍ଜୀବ ବେହେରା ରହିଥିବା ବେଳେ ତିନି ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ବୈପାରିଗୁଡା ଓଆଇସି ଡମ୍ବରୁଧର ବାତ୍ରିଆ ସୂଚନା ଦେଇଛନ୍ତି।

Koraput 

ରିପୋର୍ଟ: ଅମରେନ୍ଦ୍ର ପରିଚ୍ଛା