କୋରାପୁଟରେ ପହଞ୍ଚିଲାଣି କି କୋଭିଡର ତୃତୀୟ ଲହର!

ସପ୍ତାହରେ ଦୁଇ ଶିଶୁଙ୍କର ମୃତ୍ୟୁ, ଚିନ୍ତାରେ ପ୍ରଶାସନ 

କୋରାପୁଟ: ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରରେ କୋରାପୁଟ ଜିଲ୍ଲାରେ କୋଭିଡ-୧୯ରେ ତୀବ୍ର ରୂପ ଦେଖିବାକୁ ମିଳିଛି। ପ୍ରଥମ ଲହରରେ ଜିଲ୍ଲାରେ ମାତ୍ର ୧୬ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏବେସୁଦ୍ଧା ଏହା ୪୨ରେ ପହଞ୍ଚିଲାଣି। ଆଜି ରାଜ୍ୟରେ ୩୫ଜଣ ମୃତକଙ୍କ ମଧ୍ୟରୁ କୋରାପୁଟ ଜିଲ୍ଲାରେ ଆଜି କୋଭିଡରରେ ଦୁଇଜଣଙ୍କର ପ୍ରାଣ ଯାଇଛି।

ଏହି ତାଲିକାରେ ଜଣେ ୩୨ ବର୍ଷୀୟ ଯୁବକ ହୋଇଥିବାବେଳେ ମୃତ୍ୟୁ ତାଲିକାରେ ଆଉ ଜଣେ ୪ ବର୍ଷର ଶିଶୁଙ୍କ ନାମ ରହିଛି। କୋଭିଡର ପ୍ରଥମ ଲହରରେ କ‌େବଳ ବୟସ୍ମ ଓ ରୋଗୀଣା ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲୁଥିବାବେଳେ ଦ୍ବିତୀୟ ଲହର ଯୁବବର୍ଗଙ୍କ ସହ ଶିଶୁଙ୍କୁ ମଧ୍ୟ ମୃତ୍ୟୁ ମୁଖକୁ ଠେଲି ଦେଉଛି। ଖାଲି ସେତିକି ନୁହେଁ କରୋନା ମହାମାରୀ ନବଜାତକ ଓ ଶିଶୁଙ୍କୁ ନିଜ କବଳକୁ‌ ନେବାକୁ ଆରମ୍ଭ କରିଦେଲାଣି। ଲକଡାଉନ ଓ ସଟଡାଉନ ଚାଲିଥିଲେ ମଧ୍ୟ ଏହି ସଂକ୍ରମଣର ହାର ହ୍ରାସ ନ ପାଇବା ଓ ମୃତକଙ୍କ ସଂଖ୍ୟା ହ୍ରାସ ନ ପାଇବା ଜିଲ୍ଲା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି। ମାର୍ଚ୍ଚ ୧୦ ତାରିଖରୁ ଲଗାତାର ଭାବେ କୋରାପୁଟ ଜିଲ୍ଲାରେ ସଂକ୍ରମଣ ହାର ଉଚ୍ଚ ରହିଥିବାବେଳେ ମୃତ୍ୟୁ ହାର ମଧ୍ୟ ଲଗାତାର ଭାବେ ବୃଦ୍ଧି ପାଇଛି। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଜିଲ୍ଲାରେ କରୋନା ସଂଙ୍କ୍ରମଣ ହ୍ରାସ ପାଉନି ତାହାକୁ ନେଇ ଜିଲ୍ଲାସ୍ତରରେ ତନାଘନା ଆରମ୍ଭ ହୋଇଗଲାଣି।

ତେବେ ଆଜି ଯେଉଁ ୪ ବର୍ଷର ଶିଶୁଟି ମୃତ୍ୟୁ ବରଣ କରିଛି ୫ ଦିନ ତଳେ ଜୟପୁର ବ୍ଲକରୁ ଗୁରୁତର ଭାବେ ଜୟପୁର କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜିଲ୍ଲାପ୍ରଶାସନ ସ୍ପଷ୍ଟ କରିଛି। ସେହିପରି ଗୋଟିଏ ସପ୍ତାହ ତଳେ ୪ ଦିନର ଏକ ଶିଶୁ ମଧ୍ୟ କୋଭିଡରେ ପ୍ରାଣ ହରାଇଥିଲା। ହେଲେ ଜିଲ୍ଲା ପ୍ରଶାସନ ଏନେଇ କୌଣସି ସୂଚନା ଦେଇ ନ ଥିଲା। ତେବେ ଜିଲ୍ଲାରେ ଲଗାତାର ଭାବେ ଶିଶୁଙ୍କୁ କରୋନା ଆକ୍ରାନ୍ତ କରୁଥିବାବେଳେ କାଁ ଭାଁ ଟେଷ୍ଟିଂ ହେଉଥିବାବେଳେ ବହୁ ଟେଷ୍ଟ ହେଉନି। ଫଳରେ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।

Ludhiana breaches 300-mark; reports 346 cases, 8 COVID-19 deaths

କୋରାପୁଟ ଜିଲ୍ଲାରେ ଆଜି ୨୦୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରେ ୧୧୨ ଜଣ ପୁରୁଷ ଓ ୯୦ ଜଣ ମହିଳା ରହିଛନ୍ତି। ଆଜି ସୁଦ୍ଧା ଜିଲ୍ଲାରେ ୧୨ହଜାର ୧୨୪ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୨୪୧୮ ଜଣ ରୋଗୀ କରୋନା ସହ ଲଢୁଛନ୍ତି। ଜିଲ୍ଲାରେ ମୋଟ ୩ ଲକ୍ଷ ୬୭ ହଜାର ୯୨୦ଜଣଙ୍କର ସ୍ବାବ ଟେଷ୍ଟିଂ କରାଯାଇଥିବାବେଳେ ଆଜି ୧୫୧୮ଜଣଙ୍କ ସ୍ବାବ ଟେଷ୍ଟିଂରୁ ୨୦୨ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି। ଆଜି ଦୁଇଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ହୋଇଛି।

ଏଥିରେ ଜୟପୁର ପୌରପାଳିକା ୩୭ ଜଣ, କୋରାପୁଟ ପୌରପାଳିକାରେ ୩୧, କୋଟପାଡ ଏନଏସିରେ ୭, ସୁନା‌ବେଢା ପୌରାଞ୍ଚଳରେ ୨୨, ବନ୍ଧୁଗାଁ ବ୍ଲକରେ ୭, ବୈପାରିଗୁଡା ବ୍ଲକରେ ୨, ବୋରିଗୁ୍ମ୍ମା ବ୍ଲକରେ ୬, ଦଶମନ୍ତପୁର ବ୍ଲକରେ ୯, ଜୟପୁର ବ୍ଲକରେ ୧୭, କୋରାପୁଟ ବ୍ଲକରେ୨୮, କୋଟପାଡ ବ୍ଲକରେ ୮, ଲମତାପୁଟ ବ୍ଲକରେ ଜଣେ, ଲକ୍ଷ୍ମୀପୁର ବ୍ଲକରେ ୬, ନନ୍ଦପୁର ବ୍ଲକରେ ଜଣେ, ପଟାଙ୍ଗୀ ବ୍ଲକରେ ୩ ଓ ସେମିଳିଗୁଡା ବ୍ଲକରେ ୧୦ଜଣଠାରେ କରୋନା ରୋଗ ଚିହ୍ନଟ ହୋଇଛି।

ସମ୍ବନ୍ଧିତ ଖବର