ଜୟପୁର: କୋରାପୁଟ ଜିଲ୍ଲାରେ ପଶୁ ସଂପଦ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଜିଲ୍ଲାବାସୀ ପ୍ରାୟତଃ ଚାଷ ଓ ପଶୁପାଳନ ଉପରେ ନିର୍ଭର କରୁଥିବା ବେଳେ ଗ୍ରାମାଞ୍ଚଳର ଅଧିକାଂଶ ଲୋକେ କାମଧନ୍ଦା ଅନ୍ବେଷଣରେ ରାଜ୍ୟ ବାହାରକୁ ଚାଲିଯାଉଥିବାରୁ ବାଧ୍ୟ ହୋଇ ପାଳିତ ପଶୁଙ୍କୁ ବିକ୍ରି କରିଦେଉଥିବା ଦେଖିବାକୁ ମିଳିଛି । ଏହାର ସୁଯୋଗ ନେଇ କିଛି ଦଲାଲ ଗ୍ରାମାଞ୍ଚଳ ଲୋକଙ୍କ ଠାରୁ ଗାଈ, ବଳଦ ଆଦିକୁ କମ୍ ଦରରେ କ୍ରୟ କରି ରାଜ୍ୟ ବାହାରକୁ ଚାଲଣ କରୁଥିବା ଜଣାଯାଇଛି। ପ୍ରତି ସପ୍ତାହରେ ହଜାର ହଜାର ସଂଖ୍ୟକ ଗାଈଗୋରୁଙ୍କୁ ରାଜ୍ୟ ବାହାରକୁ ଚାଲଣ କରାଯାଉଥିବା ବେଳେ ପ୍ରଶାସନ ଏହାକୁ ରୋକିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁଁ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗାଈଗୋରୁଙ୍କୁ ରାସ୍ତାରେ ଚଲାଇ ଚଲାଇ ନିଆଯାଉଥିବା ବେଳେ କେତେକ ସ୍ଥାନରେ ବଡ଼ ବଡ଼ ଟ୍ରକ ଯୋଗେ ଗୋ ଚାଲଣ ହେଉଥିବା ଦେଖିବାକୁ ମିଳୁଛି । ସପ୍ତାହାରେ ଅଧିକାଂଶ ଗାଈଗୋରୁଙ୍କୁ ଆନ୍ଧ୍ରପ୍ରଦେଶ ନିଆଯାଉଥିବା ବେଳେ ସେଠାରୁ ଚାଲଣ ଗାଈଗୋରକୁ କେଉଁଠିକୁ ନିଆଯାଉଛି ତାହାର ଉତ୍ତର କାହା ନିକଟରେ ବି ନାହିଁ । ବିଗତ ଦିନରେ ପ୍ରଶାସନ ପକ୍ଷରୁ କେତେକ ସ୍ଥାନରେ ଚଢ଼ାଉ କରି ଗୋ ଚାଲଣ କରୁଥିବା ଟ୍ରକକୁ ଜବତ କରାଯାଇଥିଲେ ହେଁ ଏହା କେବଳ ଧର୍ମକୁ ଆଖି ଠାର ସଦୃଶ୍ୟ ହୋଇଛି । କେବଳ କୋରାପୁଟ ଜିଲ୍ଲା ନୁହେଁ
ଦକ୍ଷିଣ ଓଡିଶାର ଗ˚ଜାମ, ଗଜପତି , କୋରାପୁଟ, ନବର˚ଙ୍ଗପୁର, ରାୟଗଡା, କଳାହାଣ୍ତି, ଗଂଜାମ ଓ ଫୁଲବାଣୀ ଜିଲ୍ଲାରୁ ବ୍ୟାପକ ଗୋ ଚାଲଣ ଚାଲିଛି । ଗାଁ ଗହଳିରେ ଗୋ ସ˚ପଦ କମିବା ଯୋଗୁଁ ଏବେ କ୍ଷୀର ବି ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ପଡୁଛି । ଏଭଳିକି ପୂର୍ବଭଳି ଜମିଚାଷ ପାଇଁ ବଳଦ କାଁ ଭାଁ ଦେଖାଯାଉଛି । ଜିଲ୍ଲାରେ ୨୦ ହଜାର ଲିଟର କ୍ଷୀରର ଆବଶ୍ୟକତା ରହିଥିବା ବେଳେ ଚାଷୀଙ୍କ ଠାରୁ ମାତ୍ର ୫ ହଜାର ଲିଟର ସଂଗ୍ରହ ହେଉଥିବା ବେଳେ ବଳକା ପ୍ୟାକେଟ କ୍ଷୀର ଉପରେ ନିର୍ଭର କରାଯାଉଛି । ଓମଫେଡ ପକ୍ଷରୁ ଦୈନିକ ୧୨ହଜାର ଲିଟର କ୍ଷୀର ଉତ୍ପାଦନ କରାଯାଉଥିବା ବେଳେ କୋରାପୁଟ ଜିଲ୍ଲାକୁ ୫ହଜାର ୫୦୦ଲିଟର ଦେଉଥିବା ବେଳେ ରାୟଗଡା ଜିଲ୍ଲା ପାଇଁ ୧୫୦୦ଲିଟର, ମାଲାକାନଗିରି ଜିଲ୍ଲା ପାଇଁ ୩୫୦୦ଲିଟର ଓ ନବରଙ୍ଗପୁର ଜିଲ୍ଲା ପାଇଁ ୧୫୦୦ଲିଟର ପଠାଉଛି। ଆଜି ବି ଆନ୍ଧ୍ରପ୍ରଦେଶରୁ ୯,୫୦୦ ଲିଟର କ୍ଷୀର ବଜାରକୁ ଆସୁଥିବା ଜଣାଯାଇଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହ ଗୋ ଚାଲଣକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ବିଭିନ୍ନ ମହଲରେ ମତପ୍ରକାଶ ପାଇଛି ।
ଗୋ-ଚାଲାଣ ବୃଦ୍ଧି, ହ୍ରାସ ପାଉଛି ପଶୁ ସ˚ପଦ
କ୍ଷୀର ଉତ୍ପାଦନ କମୁଛି, ବଜାର ଉପରେ ଆନ୍ଧ୍ରର ନଜର
/sambad/media/post_attachments/wp-content/uploads/2018/12/jpr-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)