ଜୟପୁର: ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ସନ୍ଦେହ ପ୍ରକାଶ କଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ୫ଦିନ ପରେ ଶୌଚାଳୟରୁ ଟୁକୁରା କାଗଜ ମିଳିଲା, ତାହା ପୁଣି ନିଜେ ଅଭିଯୁକ୍ତ କହିବା ପରେ ଏଥିରେ କେତେ ସତ ରହିଛି? ୫ଦିନ ଧରି କେହି ଶୌଚାଳୟକୁ ବ୍ୟବହାର ନ କରି କ୍ରାଇମବ୍ରାଞ୍ଚର ସେଭଳି କାଗଜ କାଢ଼ିବ ବୋଲି ରଖିଥିଲେ କି ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି। ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ବଦଳରେ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ବାରା ଏହାର କମିସନ ବସାଇ ତଦନ୍ତ ହେଉ ବୋଲି ବିଧାୟକ କହିଥିଲେ। ସେ ଭଳି କ୍ରାଇମବ୍ରାଞ୍ଚର ମନ୍ତ୍ରୀ ନବଦାସଙ୍କ ରାଜନୈତିକ ପଟ୍ଟଭୂମିକୁ ବାଦ ଦେଇ କୋଇଲା ଓ ଅନ୍ୟ ଖଣି, ବ୍ୟବସାୟକୁ ନେଇ କାହିଁକି ତଦନ୍ତ କରୁ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ। ବିଜେପି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପିଏସଓ ଫେରାଇବା ଘଟଣାକୁ ନାପସନ୍ଦ କରିଛନ୍ତି ବିଧାୟକ। ସେ ତାଙ୍କ ପିଏସଓଙ୍କ ଉପରେ ବହୁତ ଖୁସି, ବିଶ୍ବାସ ବି ରହିଛି, ସେମାନେ ବି ମୋତେ ସମ୍ମାନ ଦେଇ ଆସୁଛନ୍ତି। ରାଜ୍ୟ କନେଷ୍ଟବଲ ହାବିଲଦାର ଓ ପୁଲିସ ସଂଘ ପକ୍ଷରୁ ବିଧାୟକ ଜୟନାରାୟଣ ମିଶ୍ର ନିଜ ବକ୍ତବ୍ୟକୁ ପ୍ରତ୍ୟାହାର କରି ନେବାକୁ କରିଥିବା ଦାବିରେ ଯଥାର୍ଥତା ରହିଛି। ତେବେ ଗୃହ ବିଭାଗ ମନ୍ତ୍ରୀ ପୁଲିସ ମାନେ କମିଶନ ଖାଉଥିବା ମନ୍ତବ୍ୟ ଦେବା ସମୟରେ ଏହି ସଂଘ କୁଆଡେ ଶୋଇ ପଡ଼ିଥିଲା କି, କାହିଁକି ଓ କେଉଁ ପରିସ୍ଥିତିରେ ଏମାନେ ସେତେବେଳେ ମତ ଓ ମନ୍ତବ୍ୟ ଦେଲେ ନାହିଁ ବୋଲି ତାରା ପ୍ରଶ୍ନ କରିଛନ୍ତି।
ଏହି ସଂଘର ରାଜ୍ୟସ୍ତରୀୟ ନିର୍ବାଚନ ଗତ ୪ବର୍ଷ କାହିଁକି ହୋଇ ପାରୁନି, ସାଧାରଣ ପରିଷଦ ବୈଠକ ଡାକି କାହିଁକି ନିର୍ବାଚନ କରୁ ନାହାନ୍ତି ବୋଲି ବିଧାୟକ କହିଥିଲେ। ଗତକାଲି ଘଟଣାକୁ ନେଇ ସେ କଂଗ୍ରେସ ଦଳରେ ଅଛନ୍ତି, ଜୀବନର ଶେଷ ବିନ୍ଦୁ ଥିବା ଯାଏଁ ସେ କୌଣସି ଦଳକୁ ଯିବେ ନାହିଁ। ସେ ପୁରାତନ ଛାତ୍ରସଂସଦର କର୍ମକର୍ତ୍ତାଙ୍କୁ ନେଇ ୫ଟି ସଚିବ, ଓମୁଖ୍ୟମନ୍ତ୍ରୀଙ୍କ ନିକଟରେ ବିଶ୍ବବିଦ୍ୟାଳୟ କରିବାକୁ ଦାବି ଉପସ୍ଥାପନ କରିଥିଲେ। ତା’ ସହ ଜଗନ୍ନାଥସାଗର, ଜିଲ୍ଲା ମୁଖ୍ୟଚିକିତ୍ସାଳୟ, ଦେଓମାଳି, ଗୁପ୍ତେଶ୍ବରପୀଠ ଆଦିର ବିକାଶ ସହ ବିଶ୍ବବିଦ୍ୟାଳୟର ଅଡିଟୋରିୟମ ପାଇଁ ଦାବି ରଖିଥିଲେ। ମଞ୍ଚ ଉପରେ ଅଡିଟୋରିୟମର କାର୍ଯ୍ୟଦେଶ ଦେବା ସହ ଅନ୍ୟ ସବୁ ଦାବି ପୁରଣ କରିଥିଲେ ଆଉ କିଛି ବାକି ରହିଛି। ତେବେ ସେ ପୁରାତନ ଛାତ୍ର ସଂସଦର ଅଧ୍ୟକ୍ଷ ଭାବେ କହିଲେ। ଏଥିରେ ସେ ଓହରିବାର ନାହିଁ। ଆଗାମୀ ଦିନରେ ଅଂଚଳର ବିକାଶ କଲେ ବି ସେ କହିବେ। ମୋ ମା’, ମାଟିର ବିକାଶ ନିକଟରେ ରାଜନିତୀ କରିବା ଠିକ୍ ନୁହେଁ ବୋଲି ବିଧାୟକ ମତ ଦେଇଛନ୍ତି। ଦଳ ତାଙ୍କୁ ଯଦି କାରଣ ଦର୍ଶାଅ ମାଗିବ ସେ ଦେବା ପାଇଁ ପୁରା ପ୍ରସ୍ତୁତ ରହିଛନ୍ତି। ପ୍ରଥମେ ମାଟି ପରେ ପାର୍ଟି ବୋଲି ବିଧାୟକ କହିଥିଲେ। ବଳକା ଦାବି ପୂରଣ ନ ହେଲେ ନିଶ୍ଚିତ ରୁପେ ବିଧାନସଭାରେ ଓ ଅନ୍ୟ ସ୍ଥାନରେ ବିରୋଧ କରାଯିବ, ଏଥିରେ ଦ୍ବିମତ ନାହିଁ ବୋଲି ଜୟପୁର ବିଧାୟକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/jpr-mla-1.jpg)