ବୈପାରିଗୁଡା: ନିଖୋଜ ହୋଇଯାଇଥିବା ଯୁବତୀଙ୍କ ଗଳିତ ମୃତଦେହ ପାହାଡ଼ ଉପରୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ବୈପାରିଗୁଡା ଥାନା ଅନ୍ତର୍ଗତ ଜି. ମାଝୀଗୁଡା ପଞ୍ଚାୟତର କଦମଗୁଡା ଗ୍ରାମର ସୁନିଲ ବାରିକଙ୍କ ଝିଅ ମନୀଷା ବାରିକ (୨୨) ଚଳିତ ମାସ ୮ ତାରିଖରୁ କେଉଁଆଡେ ଚାଲିଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇନଥିଲେ। ଶେଷରେ ହତାଶ ହୋଇ ୧୩ ତାରିଖ ଦିନ ବୈପାରିଗୁଡା ଥାନାରେ ମନୀଷା ନିଖୋଜ ହୋଇଯାଇଥିବା ନେଇ ଏତଲା ଦାୟର କରିଥିଲେ। ପୁଲିସ ଏତଲାକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା।
ମନୀଷାଙ୍କ କେଉଁ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖି ତା ସହ ଚାଲିଯାଇ ଥାଇପାରେ ବୋଲି ସନ୍ଦେହରେ କେତେ ଜଣ ଯୁବକଙ୍କୁ ଥାନାରେ ଆଣି ପଚରାଉଚରା କରିବା ସହ ସେମାନଙ୍କ ଫୋନ୍ କଲ୍ ମଧ୍ୟ ଯାଞ୍ଚ୍ କରିଥିଲା। କିନ୍ତୁ କିଛି ସୁଫଳ ମିଳିନଥିବା ବେଳେ ଆଜି କଦମଗୁଡା ଗ୍ରାମର ମନୀଷାଙ୍କ ଘର ପଛପଟ ପାହାଡ ଉପରେ ଜଣେ ବ୍ୟକ୍ତି ବାଉଁଶ କରଡ଼ି ସଂଗ୍ରହ କରିବାକୁ ଯାଇଥିଲେ। ସେଠାରେ ଜଣେ ଯୁବତୀଙ୍କ ଶବ ପଡ଼ିଥିବାର ଦେଖି ଗ୍ରାମବାସୀଙ୍କୁ ଜଣେଇ ଥିଲେ। ଗ୍ରାମବାସୀ ପାହାଡ଼ ଉପରେ ଯାଇ ଦେଖିବା ସହ ଏହା ମନୀଷାଙ୍କ ମୃତଦେହ ବୋଲି ଚିହ୍ନଟ କରିଥିଲେ। ମନୀଷାଙ୍କ ଭାଇମାନେ ତୁରନ୍ତ ବୈପାରିଗୁଡା ଥାନାରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।
ପାରିପାର୍ଶ୍ବିକ ତଦନ୍ତ ପରେ ମନୀଷାଙ୍କ ନିଜ ଓଢ଼ଣୀ ଗଛରେ ବନ୍ଧା ଅବସ୍ଥାରେ ଥିଲା କିନ୍ତୁ ମୃତ ଦେହ ତଳେ ପଡ଼ିଥିବା ଏବଂ ଶରୀରରୁ ମୁଣ୍ଡ ଅଲଗା ପଡ଼ିଥିବ ଦେଖିବାକୁ ପାଇଥିଲା। ଏହା ହତ୍ୟା ନା ଆତ୍ମହତ୍ୟା ପୁଲିସ ସନ୍ଦେହରେ ପଡ଼ି ସାଇଣ୍ଟିଫିକ୍ ଟିମକୁ ଖବର ଦେଇଥିଲା। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆଜି ଶବ ବ୍ୟବଚ୍ଛେଦ ପରେ ସତ୍ୟତା ଜଣାପଡ଼ିବ ବୋଲି ପୁଲିସ ପ୍ରକାଶ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/b-8.jpg)