ବୋରିଗୁମ୍ମା: ବୋରିଗୁମ୍ମା ଜାତୀୟ ରାଜପଥ ୨୬ ନମ୍ବର ଅଞ୍ଚଳା ନିକଟରେ ରାସ୍ତାକଡ଼ରେ ଏକ ଅଚିହ୍ନା ମୃତଦେହ ପଡ଼ି ରହିଛି। କିଛି ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ। କ୍ଷତବିକ୍ଷତ ମୃତଦେହର ଗୋଟିଏ ଗୋଡ଼ ଏବଂ ଗୋଟିଏ ହାତ ଭାଙ୍ଗିଯାଇଛି। ଏହା ହତ୍ୟା ନା ଦୁର୍ଘଟଣା ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି। ତଦନ୍ତ ଆରମ୍ଭ କରୁଛି। ଏ ପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ନାହିଁ।