ହସ୍ପିଟାଲ ସମ୍ମୁଖରେ ପ୍ରସବ

କୋରାପୁଟ: ହସ୍ପିଟାଲ ପହଂଚିବା ପୂର୍ବରୁ ଜଣେ ଗର୍ଭବତୀ ହସ୍ପିିଟାଲ ସମ୍ମୁଖରେ ଶିଶୁପତ୍ରକୁ ଜନ୍ମ ଦେଇଛନ୍ତି। ବଡସୁକୁ ଗ୍ରାମର ସଦନ ଜାନୀଙ୍କ ପତ୍ନୀ ଆଜି ଭୋର ୩ଟାରେ ପ୍ରସବ ବେଦନା ଅନୁଭବ କରିଥିଲେ। ବଡସୁକୁକୁ କୋରାପୁଟରୁ ଆମ୍ବୁଲାନ୍ସ ଯିବାକୁ ହେଲେ ନନ୍ଦପୁର ଦେଇ ପ୍ରାୟ ୮୦ କିଲୋମିଟର ଦେଇ ଯିବାକୁ ପଡେ। ତେଣୁ ଏତେବାଟ ବୁଲିକି ଯିବା ଅପେକ୍ଷା ଉପର କୋଲାବ ଜଳଭଣ୍ଡାରର ରେଳ ପୋଲରେ ମୋଟର ସାଇକଲରେ ମାତ୍ର ୧୫ କିଲୋମିଟର ଗଲେ କୋରାପୁଟ ପହଂଚିବାର ସୁବିଧା ଥିବାରୁ ସଦନ ପତ୍ନୀକୁ ମୋଟର ସାଇକେଲରେ ରେଳପୋଲ ଦେଇ କୋରାପୁଟରେ ପହଂଚାଇଥିଲେ।

ତେବେ ଏସଏଲଏନ ମେଡିକାଲ କଲେଜର ମାତୃ ଓ ଶିଶୁ କେନ୍ଦ୍ରରେ ପହଂଚିବା ପୂର୍ବରୁ ସମ୍ମୁଖରେ ଥିବା ବାଲି ଗଦାରେ ଗର୍ଭବତୀ ଜଣକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଖବର ପାଇବା ପରେ ଏମସିଏଚ୍ କର୍ମଚାରୀ ଆସି ପ୍ରସୂତି ଓ ନବଜାତ ଶିଶୁପୁତ୍ରକୁ ଏମସିଏଚରେ ଭର୍ତ୍ତି କରିଥିଲେ। ଶିଶୁପୁତ୍ର ଓ ମା’ ସୁସ୍ଥ ଥିବା ଜଣାପଡିଛି ଡାକ୍ତରଖାନା ପକ୍ଷରୁ ଜଣାପଡିଛି। ତେବେ ବଡ ସୁକୁକୁ ଆମ୍ବୁଲାନ୍ସ ଯିବାକୁ ସୁବିଧା ନ ଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ଏଠାରେ ପୋଲ କରିବାକୁ ଗ୍ରାମବାସୀ ଦାବି କରିଥିଲା ବେଳେ ଏଥିନେଇ ବିଧାୟକଙ୍କୁ ପୂର୍ବରୁ ବାରମ୍ବାର ଦାବି ଜଣାଇଥିଲେ। କିନ୍ତୁ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଲୋକଙ୍କ ଭିତରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର