କୋରାପୁଟ: ଓଡ଼ିଶା ବାହାରକୁ ଚୋରାଚାଲାଣ ପାଇଁ ନିଆଯାଉଥିବା ଗଞ୍ଜେଇକୁ ଜବତ କରିଛି ମାଛକୁଣ୍ଡ ପୁଲିସ। ନୂଆପୁଟ ନଦୀ ଘାଟ ନିକଟରେ ଅଭିଯୁକ୍ତମାନେ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିଲେ। କୌଣସି ସୂତ୍ରରୁ ଖବର ପାଇ ମାଛକୁଣ୍ଡ ଥାନା ପୁଲିସ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ୫୦୨ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଏହାଛଡ଼ା ସେଠାରୁ ଗୋଟିଏ ଟ୍ରକ୍ (ଜିଜେ୧୯ ଏକ୍ସ୪୬୦୧) ଜବତ କରାଯାଇଛି।
ତେବେ ଅଭିଯୁକ୍ତମାନେ ଅନ୍ଧକାର ଏବଂ ଘନ ଜଙ୍ଗଲର ସୁଯୋଗ ନେଇ ଫେରାର ହେବାରେ ସଫଳ ହୋଇଥିଲେ। ଏନେଇ ମାଛକୁଣ୍ଡ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାର ପୁଲିସ ଅଧିକ ତଦନ୍ତ ଜାରି ରଖିଛି।ଏନେଇ ନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି। ଜବତ ଗଞ୍ଜେଇର ମୂଲ୍ୟ ୫୦ ଲକ୍ଷଟଙ୍କା ହେବ ବୋଲି ଆକଳନ କରାଯାଇଛି।