ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଧାନ ମଣ୍ଡିରେ ବ୍ୟାପକ କଟ୍‌ନି ଛଟ୍‌ନି ଓ ଅବ୍ୟବସ୍ଥା ନେଇ ଗୁରୁବାର କଳାହାଣ୍ଡି ବିଜେପି ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଧାରଣାରେ କୃଷକ ମୋର୍ଚ୍ଚାର ଜିଲ୍ଲା ସଭାପତି କେଶରୀ ଦୁର୍ଗା, ପୂର୍ବ ଜିଲ୍ଲା ସଭାପତି ହିମାଂଶୁ ଶେଖର ମେହେର, ବରିଷ୍ଠ ବିଜେପି ନେତା ଜନାର୍ଦ୍ଦନ ପଣ୍ଡା, ପୂର୍ବ ଜିଲ୍ଲା ସଭାପତି ଭବେନ୍ଦ୍ର ପଣ୍ଡା, ଦେବେନ୍ଦ୍ର ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଯୁଗଳ ପୋଢ, ଜୟ ଶଙ୍କର ନାଏକ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି  ଶରତଚନ୍ଦ୍ର ନାଏକ, ନମିତା ରାଣୀ ସାହୁ, ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ମୁକୁନ୍ଦ ଭୋଇ, ରାଜ ପ୍ରସାଦ ସାହୁ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟଦେବ ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ପ୍ରମୋଦ ଜୈନ, ଯୁବ ମୋର୍ଚ୍ଚା କେନ୍ଦ୍ରୀୟ କାର୍ଯ୍ୟକାରୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ, ସ୍ୱଚ୍ଛ ଭାରତ ଜିଲ୍ଲା ସଂଯୋଜକ ଲୋକନାଥ ଦୁର୍ଗା, କୃଷକ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ସୁଧୀର ମୁଣ୍ଡ, ରୋହିତ ଦୁର୍ଗା, ସଂଗ୍ରାମଜିତ ସିଂ, ଜନଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ କେଶବ ବିହାରୀ, ନରହରି ପଟ୍ଟନାୟକ, ଗୋଦାବରୀଶ ପାତ୍ର, ବିଭୀଷଣ ସାହୁ, ଜିଲ୍ଲା ମିଡିଆ ସେଲ୍‌ର ପ୍ରେମନାଥ ନାଏକ ଓ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।