ବନ୍ଧୁଗାଁ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁଟ୍ରାବେଡା ପଞ୍ଚାୟତ ଗୁଲୁମିଗୁଡ଼ା ଗାଁର ଜଣେ ଦିବ୍ୟାଙ୍ଗ ଯୁବକ ଚାଲିଚାଲି ଯାଉଥିବା ବେଳେ ଟ୍ରକ୍ ଧକ୍କାରେ ମୃତ୍ୟୁ ହୋଇଯାଇଛି। ଆଜି ସନ୍ଧ୍ୟା ୬ ଘଣ୍ଟା ସମୟରେ ଦିନା ହୁଲୁକା (୨୭) କୁମ୍ଭାରିପୁଟ ଆସି ନିଜ ଗାଁକୁ ଫେରୁଥିଲେ।
କୁମ୍ଭାରିପୁଟ ଠାରୁ କୁଟ୍ରାବେଡା ମଝିରେ ଥିବା ମହାଗୁଡା ଗାଁକୁ ଯିବା ଛକ ନିକଟରେ ଏକ ନୂତନ କଲଭର୍ଟ ତିଆରି ଚାଲିଥିଲା। ଉକ୍ତ କଲଭର୍ଟ ମୁଖ୍ୟ ରାସ୍ତା ନିର୍ମାଣ ପାଇଁ ଏକ ବାଇପାସ୍ ରାସ୍ତା ଦିଆଯାଇଥିଲା। ଏହି ରାସ୍ତା ଦେଇ ସେ ଚାଲି ଯାଉଥିବା ବେଳେ ଏକ ୧୮ ଚକିଆ ଟ୍ରକ ରାସ୍ତା ଅତିକ୍ରମ କରୁଥିଲା ଠିକ ଏହି ସମୟରେ ଟ୍ରକ୍ଟି ଯୁବକଙ୍କ ଉପରେ ଚଢ଼ି ଯିବାରୁ ଘଟଣାସ୍ଥଳରେ ହିଁ ଯୁବକର ମୃତ୍ୟୁ ହୋଇଯାଇଛି।
ଟ୍ରକଟି ଦୁର୍ଘଟଣା କରିବା ପରେ ଟିକିରୀ ଅଭିମୁଖେ ଚାଲି ଯାଉଥିବା ବେଳେ ଗାଁ ଲୋକେ କୁଟ୍ରାବେଡା ନିକଟରେ ଅଟକାଇ ରଖିଛନ୍ତି। ଗାଁ ଲୋକେ ବନ୍ଧୁଗାଁ ପୁଲିସକୁ ଅବଗତ କରିବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିବା ଜାଣିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)