ବାଇକ ଡିକି ଭାଙ୍ଗି ଧରାପଡ଼ିଲା ଯୁବକ:ନିସ୍ତୁକ ପିଟିଲେ, ପୁଲିସ ଜିମାରେ ଦେଲେ

ଜୟପୁର: ସକାଳ ପ୍ରାୟ ୧୦ଟା। ସୋମବାର ଥିବାରୁ ଜୟପୁର ମୁଖ୍ୟ ରାସ୍ତା ଖଚାଖଚ ଭିଡ। ଏହାର ସୁଯୋଗ ନେଇ ଝାମ୍ପିବାକୁ ବସିଥିଲେ ୩୦ହଜାରୁ ଅଧିକ ଟଙ୍କା ଓ ୪ଟି ଡେମୋ ମୋବାଇଲ। କିନ୍ତୁ ଭାଗ୍ୟ ସାଥ ଦେଲାନି। ଜଗତଜନନୀ ପିସିଓର ମାଲିକ ଶିବରାମ ମଲ୍ଲିକଙ୍କ ଗାଡିର ଡିକି ଭାଙ୍ଗି ଦୁର୍ବୃତ ଚୋରି କରି ନେଉଥିବାବେଳେ ଧରାପଡିଗଲା ସ୍ଥାନୀୟ ଲୋକଙ୍କ ହାବୁଡରେ। ଲୋକେ ନିସ୍ତୁକ ମାଡ ମାରିବା ପରେ ଜୟପୁର ଟାଉନ ପୁଲିସକୁ ଜିମା ଦେଇଛନ୍ତି। ଉକ୍ତ ଦୁର୍ବୃତ ଜଣକ ହେଲେ ଗଞ୍ଜାମ ଜିଲ୍ଲାର ମୁନା ଦାସ(୨୦)। ଗତ କିଛି ଦିନ ହେବ ମା ସହ କଳି କରି ଜୟପୁରକୁ ଆସିଥିବା କହିଥିବା ବେଳେ ତା ନାଁରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ଲୁଟ ଓ ଛିନତାଇ ମାମଲା ରହିଥିବା ଜଣାପଡିଛି। ସୂଚନା ଥାଉକି, ଆଜି ଦିନ ପ୍ରାୟ ୧୦ଟାବେଳେ ଶ୍ରୀ ମଲ୍ଲିକ ସକାଳୁ ଦୋକାନ ଖୋଲିବାକୁ ଗାଡି ରଖି କଥା ହେଉଥିବାବେଳେ ଏହି ଯୁବକ ଜଣକ ଡିକି ଭାଙ୍ଗି ବ୍ୟାଗ ଧରି ଦୌଡିବାକୁ ଲାଗିଥିଲା। କିଛି ସମୟରେ କିଛି ଲୋକ ତାକୁ କାବୁ କରି ମାଡମାରିଥିବା ଦେଖିବାକୁ ମିଳିଛି। ପରେ ଟାଉନ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଥିବା ଜଣାପଡିଛି। ଏହି ଚଢାଉରେ ଏସଆଇ ମୁକୁନ୍ଦଦେବ ନାୟକ, ଏସଆଇ ଏସକେ ସରକାର, ଏସଆଇ ନିରୋଦ ମଲ୍ଲିକ, ଏଏସଆଇ ନିମାଇ ପଣ୍ତା, ହାବିଲଦାର ରାଜକିଶୋର ମିଶ୍ର, ଏସଏସଆଇ ଜିପି ବେହେରା, କନେଷ୍ଟବଳ ଏସଆର ଦୋରା, ଉଦୟ ନାୟକ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର