ଯୌତୁକ ନିର୍ଯାତନା ଅଭିଯୋଗ

ଜୟପୁର: କୋରାପୁଟ ଜିଲ୍ଲା କୋଟପାଡ ଅଞ୍ଚଳର ଜଣେ ମହିଳା ସ୍ୱାମୀଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ଜୟପୁର ମହିଳା ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗକାରିଣୀ ସ୍ମିତା କୁମାରୀ ମଣ୍ଡଳଙ୍କ କହିବା ହେଲା ୮ ବର୍ଷ ତଳେ କୋଟପାଡ ଅଞ୍ଚଳର ବିଷ୍ଣୁପଦ ହନ୍ତାଳଙ୍କୁ ବିବାହ କରିଥିଲେ। ବିବାହର ଏକବର୍ଷ ପରେ ଝିଅ ଜନ୍ମ ହେବାରୁ ସ୍ୱାମୀ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏପରିକି ଯୌତୁକ ପାଇଁ ବାରମ୍ବାର ନିର୍ଯତନା ଦେଉଥିଲେ। ବହୁ ବର୍ଷ ଧରି ନିର୍ଯାତନା ସହିବା ପରେ ଶେଷରେ ମହିଳାଥାନାର ଦ୍ୱାରସ୍ତ ହୋଇଛନ୍ତି। ସ୍ମିତାଙ୍କ ଲିଖିତ ଅଭିଯୋଗ କ୍ରମେ ଥାନାରେ ୨୭/୧୮ ନମ୍ବରରେ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଏହି ମାମଲାର ତଦନ୍ତ ମହିଳା ଥାନା ଅଧିକାରୀ ସଂଯୁକ୍ତା ବାର୍ଲା କରୁଛନ୍ତି।

ସମ୍ବନ୍ଧିତ ଖବର