ଜୟପୁର: ଜରି ମୁଣା ଭିତରୁ ମୁମୂର୍ଷ ଯୁବକ ଉଦ୍ଧାର

ଜୟପୁର: ରବିବାର ସକାଳୁ ଉମୁରି ରେଳବାଇ ଷ୍ଟେସନ୍‌ ନିକଟ ଜୟପୁର-ଏକମ୍ବା ରାସ୍ତା କଡ଼ରୁ ଗୋଟିଏ ମୁହଁ ବନ୍ଧା ଜରି ମୁଣା ମଧ୍ୟରୁ ଜରେ ମୃତପ୍ରାୟ ଯୁବକଙ୍କୁ ଉଦ୍ଧାର କରାଯାଇଛି।

ସ୍ଥାନୀୟ ଲୋକେ ସେ ବସ୍ତାଟିକୁ ଖୋଲି ଯୁବକଟିକୁ ପାଣି ପିଆଇ ସଷ୍ଟାମ କରାଇଥିଲେ। ଖବର ପାଇ ଜୟପୁର ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଟିକୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ସାତ ଦିନ ତଳେ ଏହି ଯୁବକଙ୍କ ଆହତ ଅବସ୍ଥାରେ ଜୟପୁରରେ ବୁଲୁଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ତାଙ୍କର ଚିକିତ୍ସା କରାଯାଉଥିଲା। ତାଙ୍କ ମୁହଁ ଓ ମୁଣ୍ଡରେ ଭୀଷଣ ଆଘାତ ଲାଗିଥିଲା। ଡାକ୍ତରଖାନାରେ ରହି ଚିକିତ୍ସିତ ହେବାର ସପ୍ତମ ଦିନ ସେ ଖସି ପଳାଇଥିଲା। ସେ କୌଣସି ଭାଷାରେ କଥା କହି ପାରୁଥିବା ପରି ଜଣା ପଡୁନାହିଁ। ଯାହାକିଛି ଠାରରେ କହୁଛି। ଯୁବକଟିର ପରିଚୟ ମିଳିପାରି ନାହିଁ। ଆନୁମାନିକ ୨୦ ବର୍ଷ ବୟସ୍କ ସେ ଯୁବକ କୁଆଡୁ ଆସିଛି, ତାହା ମଧ୍ୟ ଜଣାପଡୁ ନାହିଁ।

ସମ୍ବନ୍ଧିତ ଖବର