ମହୁମାଛି ଆକ୍ରମଣରେ ୮ଜଣ ଭକ୍ତ ଆହତ

ମାଥାଲପୁଟ: କୋରାପୁଟ ଜିଲ୍ଲା ଦାମନଯୋଡି ଥାନା ଅନ୍ତର୍ଗତ ଡୁମୁରିପଦର ଶିବ ମନ୍ଦିର ପରିସରରେ ଅଭାବନୀୟ ଘଟଣା ଘଟିଛି। ଆଜି ମହାଶିବରାତ୍ରି ଥିବାରୁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ତେବେ ମନ୍ଦିର ନିକଟରେ ଥିବା ଏକ ସେମିଳି ଗଛରେ ଥିବା ମହୁ ଫେଣାରୁ କିଛି ମହୁମାଛି ବାହାରି ଦର୍ଶନକୁ ଆସିଥିବା ଭକ୍ତଙ୍କୁ ଆକ୍ରମଣ କରିଥିଲେ। ମହୁମାଛି ଆକ୍ରମଣରେ ଡୁମୁରିପଦର ଗ୍ରାମର ଚମ୍ପାବତୀ ଚୌଧୁରୀ, ଦୁର୍ମନ ଚୌଧୁରୀ, ବିଲତା ଚୌଧୁରୀ, ଜଳନ୍ଧର ସାହୁ, ରବିନ୍ଦ୍ର ଚୌଧୁରୀ, ବିଦେଶୀ ଖରା, ପିଣ୍ଟୁ ସାହୁ(୮)ଙ୍କ ସମେତ ମୋଟ ୮ଜଣ ଆହତ ହୋଇ ମାଥାଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଥିଲେ। ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର