ବୈପାରିଗୁଡା: କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ହଳଦିକୁଣ୍ଡ ପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଛାତରୁ ଖସି ପଡ଼ି ବୃଦ୍ଧ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ ହଳଦିକୁଣ୍ଡ ପଞ୍ଚାୟତର ସନିଆ ଗାଦବା (୬୦) ଗତ ଦୁଇଦିନ ତଳେ ଶଶୁର ଘର ଗ୍ରାମ ନୂଆଗାଁ ବୁଲିବାକୁ ଯାଇଥିଲେ। ତେବେ ଗତକାଲି ଶଶୁରଘର ପରିବାର ଲୋକେ ପାଖ ଗାଆଁକୁ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିବା ବେଳେ ସନିଆ ଏକୁଟିଆ ଶଶୁର ଘରେ ରହିଥିଲେ। ପ୍ରବଳ ଗରମ ହେତୁ ସନିଆ ରାତିରେ ଘର ଛାତ ଉପରକୁ ଶୋଇବା ପାଇଁ ଯାଇଥିଲେ। ରାତି ଦୁଇଟା ପରେ ବର୍ଷା ହେବା ଯୋଗୁ ସନିଆ ନିଦରୁ ଉଠି ତଳକୁ ଆସିବା ପାଇଁ ଚେଷ୍ଟା କରିବା ବେଳେ ଛାତରୁ ତଳକୁ ଖସି ପଡ଼ିଥିଲେ।
ଆଜି ବଡ଼ି ସକାଳୁ ସାହି ପଡ଼ିଶା ଲୋକେ ସନିଆକୁ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ ବୈପାରିଗୁଡା ଡାକ୍ତରଖାନା ପହଞ୍ଚେଇବାର ବ୍ୟବସ୍ଥା କରିଥିଲେ। ତେବେ ସନିଆର ଅବସ୍ଥା ଗୁରୁତର ହୋଇଥିବା ବେଳେ ଚେତା ଫେରିନଥିବାରୁ ଜୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ପରିବାର ସୂତ୍ରରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/84011444-20a7-4212-871f-5e48a343b5dd.jpg)