ଜୟପୁରରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ରବି-ତାରା-ଗୌତମ; କର୍ମୀ ସମ୍ମିଳନୀ କରିବା ସହ ଗାଁ ଗାଁ ବୁଲି ଭୋଟରଙ୍କୁ ଭେଟୁଛନ୍ତି

ଜୟପୁର : ଜୟପୁରରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ। ବିଜେଡିର ରବିନାରାୟଣ ନନ୍ଦ, କଂଗ୍ରେସର ତାରାପ୍ରସାଦ ବାହିନୀପତି ଓ  ବିଜେପି ପ୍ରାର୍ଥୀ ଗୌତମ ସାମନ୍ତରାୟ। ଏପ୍ରିଲ ୧୧ ତାରିଖରେ ସେଠାରେ ନିର୍ବାଚନ ଥିବାରୁ ପ୍ରଚାର ଜୋର ଧରିଛି। ପ୍ରାର୍ଥୀଙ୍କ ହାତରେ ଆଉ ମାତ୍ର ୧୦ ଦିନ ସମୟ।  ଏହି ୧୦ ଦିନ ଭିତରେ ନିର୍ବାଚନ ମଣ୍ଡଳୀର ସବୁ ଅଞ୍ଚଳକୁ ଯାଇ ଜନତାଙ୍କୁ ଭେଟିବା ସେମାନଙ୍କର ଲକ୍ଷ୍ୟ।

ବିଜେଡିର ଜୟପୁର ବିଧାୟକ ପ୍ରାର୍ଥୀ ରବି ନନ୍ଦ ମଧ୍ୟ ଜୋରସୋରରେ ପ୍ରଚାର ଚଳାଇଛନ୍ତି । କର୍ମୀଙ୍କ ସହ ମିଶି ଗାଁ ଗାଁ ବୁଲୁଛନ୍ତି ରବି ନନ୍ଦ । ଚଳିତ ନିର୍ବାଚନରେ ତାଙ୍କୁ ବିପୁଳ ମାତ୍ରରେ ଭୋଟ ଦେଇ ଜିତେଇବାକୁ ସେ ଅନୁରୋଧ କରୁଛନ୍ତି । ଜୟପୁରରେ ଶିଳ୍ପର ବିକାଶ, ନିଯୁକ୍ତି ସୃଷ୍ଟି ଓ ଚାଷୀ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଇଛନ୍ତି । ଜୟପୁର ନିର୍ବାଚନ ମଣ୍ଡଳୀକୁ ରାଜ୍ୟର ଏକ ନମ୍ବର ନିର୍ବାଚନ ମଣ୍ଡଳୀ କରିବା ରବି ନନ୍ଦଙ୍କ ମୁଖ୍ୟ ଉଦେଶ୍ୟ ବୋଲି କହିଛନ୍ତି । ଜୟପୁରରେ ଫ୍ଲାଏ ଓଭର ନିର୍ମାଣ, ଜମିରେ ଜଳସେଚନ ଓ ମହିଳା ସଶକ୍ତିକରଣ ଉପରେ ସେ ଗୁରୁତ୍ୱ ଦେଉଛନ୍ତି ।

କଂଗ୍ରେସ ବିଧାୟକ ପ୍ରାର୍ଥୀ ତାରାବାହିନୀ ପତି ବି ବାହାର ପଡ଼ିଛନ୍ତି।  ୩ ଦିନ ଧରି ସେ ଜୟପୁର ବ୍ଲକରେ ପ୍ରଚାର କରିବେ । ବ୍ଲକରେ ପ୍ରତି ପଂଚାୟତରେ କର୍ମୀ ସମ୍ମିଳନୀ କରି ଭୋଟରଙ୍କୁ ନିଜପଟକୁ ଆଣିବାକୁ ଉଦ୍ୟମ କରିବେ । ଏହା ସହ ଗାଁ ଗାଁ ବୁଲି ନିଜ ସପକ୍ଷରେ ଭୋଟ ମାଗୁଛନ୍ତି ତାରା । ଜୟପୁରରେ ଗତ ୫ ବର୍ଷରେ ସେ କରିଥିବା ବିକାଶର ପ୍ରସଙ୍ଗ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି । ତାରାବାହିନୀଙ୍କ ସ୍ତ୍ରୀ ତଥା ଜିଲ୍ଳା ସଭାପତି ମଧ୍ୟ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ।

ସେହିପରି ବିଜେପି ପ୍ରାର୍ଥୀ ଗୌତମ ସାମନ୍ତରାୟ ଭଗବତୀ ମଧ୍ୟ ଜୋରସୋରେ ଚଳାଇଛନ୍ତି ପ୍ରଚାର । ବିଜେଡି ସରକାରର ୧୯ ବର୍ଷ ଶାସନରେ ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରି ବିଜେପି ଚଳିତ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଅଣ୍ଟା ଭିଡିଛନ୍ତି ।

ସମ୍ବନ୍ଧିତ ଖବର