ଲକ୍ଷ୍ମୀପୁର (ପରମେଶ୍ବର ସାହୁ): ରାଜ୍ୟ ସରକାର ଦାଦାବଟିକୁ ନାଁ କହିଛନ୍ତି। ଦାଦାବଟି ଏକ ବେଆଇନ ବୋଲି ମଧ୍ୟ କହୁଛନ୍ତି। କିନ୍ତୁ ଦାଦାବଟି ପରଂପରା ଆଜି ମଧ୍ୟ ଶେଷ ହୋଇନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରେ ଅସାମାଜିକ ବ୍ୟକ୍ତିମାନେ ସରଳ ମଣିଷଙ୍କ ଠାରୁ ବଳପୂର୍ବକ ଦାଦାବଟି ଆଦାୟ କରୁଥିବା ଦୃଷ୍ଟିଗୋଚର ହେଉଛି।
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସାପ୍ତାହିକି ହାଟରେ ଏଭଳି ଘଟଣା ହେଉଛି ଏହାର ଜ୍ବଳନ୍ତ ଉଦାହରଣ, ଯେଉଁଠାରେ କିଛି ଯୁବକ ଦାଦାବଟି ଆଦାୟ କରୁଥିଲେ। ଜଣେ ବ୍ୟବସାୟୀଙ୍କୁ ଦୁଇ ଶହ ଟଙ୍କା ଦୁଇ ଜଣ ମାଗିଥିଲେ। ଟଙ୍କା ଦେବାକୁ ବ୍ୟବସାୟୀ ଜଣକ ମନା କରିବାରୁ ସେମାନଙ୍କ ସାମାନ ପତ୍ର ଫୋଫାଡ଼ିବା ସହ ପ୍ରଥମେ ବଚସା ହୋଇଥିଲା। ପରେ ଯୁବକ ଜଣକ ଛୁରୀ କାଢି ଆକ୍ରମଣ କରିବା ସମୟରେ ବ୍ୟବସାୟୀ ଜଣକ କୌଣସି ମତେ ରକ୍ଷା ପାଇଯାଇଥିଲେ। କିନ୍ତୁ ଦୁର୍ବୃତ୍ତମାନେ ମୁଥ ମାରି ବ୍ୟବସାୟୀଙ୍କର ଦୁଇଟି ଦାନ୍ତ ଭାଙ୍ଗି ଦେଇଛନ୍ତି।
ଏହି ଘଟଣା ଜଣାପଡ଼ିବା ପରେ ପାଖ ଦୋକାନରେ ସଉଦା କରୁଥିବା ଏକ ଘରୋଇ ଟିଭି ଚ୍ୟାନେଲର ପ୍ରତିନିଧି ବଂଶୀଧର ହାଲବା ସେଠାରେ ପହଂଚି ଭିଡିଓ ଉତ୍ତୋଳନ କରିବାକୁ ଉଦ୍ୟମ କରିଥିଲେ। ଦାଦାବଟି ଆଦାୟ କରୁଥିବା ଦୁଇଜଣ ଯୁବକ ସାମ୍ବାଦିକଙ୍କୁ ଆକ୍ରମଣ କରି ତାଙ୍କ ମୋବାଇଲ ଟାଣି ନେଇଁ ଭାଙ୍ଗି ଦେଇଥିଲେ। ସଙ୍ଗେ ସଙ୍ଗେ ତାଙ୍କ ମୋବାଇଲ ତଳେ ନିଆଁ ଲାଗିଯାଇଥିଲା। ପରେ ଅନେକ ବ୍ୟବସାୟୀ ଓ ସାମ୍ବାଦିକ ଥାନାରେ ପହଂଚି ଲିଖିତ ଅଭିଯୋଗ କରିଛନ୍ତି। ଦୁର୍ବୃତ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆସନ୍ତା ଶନିବାର ଦିନ ହାଟ ବନ୍ଦ କରି ଥାନା ସମ୍ମୁଖରେ ଧାରଣା ଦେବୁ ବୋଲି ମୁରଲୀ କ୍ରିଷ୍ଣା, ପି. ନରେଶ, ପ୍ରତାପ ଗୁପ୍ତା ଭଳି ଅନେକ ବ୍ୟବସାୟୀମାନେ ଚେତାବନୀ ଦେଇଛନ୍ତି।
ଆହୁରି ପଢ଼ନ୍ତୁ: Maoists Surrender: ପୁଲିସ ନିକଟରେ ଆତ୍ମସମର୍ପଣ କଲେ ୧୫ ନକ୍ସଲ
ଅନ୍ୟପକ୍ଷରେ କୋରାପୁଟ ଏସପିଙ୍କୁ ଏହି ଘଟଣା ଉପରେ ସାମ୍ବାଦିକମାନେ ଅବଗତ କରାଇଛନ୍ତି। କିଛି ଦିନ ହେଲା ସାପ୍ତାହିକି ହାଟରେ ମୋବାଇଲ ଚୋର ରାକେଟ ବନ୍ଦ ହୋଇଥିବା ବେଳେ ବର୍ତ୍ତମାନ ଦାଦାବଟି ଆଦାୟ ପୁଲିସ ପାଇଁ ନୂଆଁ ଚାଲେଞ୍ଜ ସୃଷ୍ଟି କରିଛି। ଦାଦାବଟୀ ଆଦାୟ କରୁଥିବା ଦୁଇଜଣ ଯୁବକ ଭଜମନ କୁଲଦୀପିଆ ଓ ଜି. ଶୁଭମ ବୋଲି ଚି଼ହ୍ନଟ କରାଯାଇଥିବା ବେଳେ ଘଟଣାସ୍ଥଳରୁ ସେମାନେ ଫେରାର ହୋଇଯାଇଛନ୍ତି। ଲକ୍ଷ୍ମୀପୁର ପୁଲିସ ଏନେଇ ମାମଲା ରୁଜୁ କରିବା ସହ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/03/07/laxmipur-2026-03-07-20-08-01.jpg)