ଫେସ୍‌ବୁକ୍‌ ପ୍ରେମ୍‌ରେ ଫସିଗଲେ କୋରାପୁଟ୍‌ର ଯୁବତୀ, ଅସହାୟ ଅବସ୍ଥାରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀର ଜଣେ ଯୁବକଙ୍କ ପ୍ରେମରେ ପଡ଼ିବା ପରେ କୋରାପୁଟ ଜିଲ୍ଲାର ଦାମନଯୋଡ଼ି ଅଂଚଳର ଜଣେ ଯୁବତୀ ଘର ଛାଡ଼ିଛନ୍ତି। ସ୍ୱାମୀଙ୍କ ଦ୍ୱାରା ନିର୍ଯ୍ୟାତନା ସହି ନ ପାରି ଶ୍ୱଶୁର ଘର ଛାଡ଼ିବା ପରେ ବରମୁଣ୍ଡା ବସଷ୍ଟାଣ୍ଡରୁ ଉଦ୍ଧାର ହୋଇଥିବା ଜଣାପଡ଼ିଛି।

ଫେସ୍‌ବୁକ୍‌ ମାଧ୍ୟମରେ ଉଭୟ ଯୁବକ-ଯୁବତୀଙ୍କ ପ୍ରେମ ସଂପର୍କ ହୋଇଥିଲା। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଂଚଳର ଯୁବକଙ୍କ ପ୍ରେମ ଜାଲରେ ଫସିବା ପରେ ଯୁବତୀ ଜଣକ ପାରିବାରିକ ମୋହ ତ୍ୟାଗ କରି ଘର ଛାଡ଼ିଥିଲେ। ସେ ଫେସ୍‌ବୁକ୍‌ ମାଧ୍ୟମରେ ପ୍ରେମ କରିଥିବା ଯୁବକଙ୍କୁ ବିବାହ କରିବାକୁ ଜିଦ୍‌ ଧରିବା ପରେ ପରିବାର ଲୋକେ ବିରୋଧ କରିଥିଲେ। ଏସବୁ ସତ୍ତ୍ୱେ ଯୁବତୀ ଏକ ବଡ଼ ଦାୟିତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଘର ଛାଡ଼ିଥିଲେ।

ଶେଷରେ ଯେକୌଣସି ପ୍ରକାରରେ ଯୁବକ-ଯୁବତୀ ବିବାହ କରିନେଲେ ସତ କିନ୍ତୁ ମାତ୍ର କିଛି ଦିନ ପରେ ଆରମ୍ଭ ହୋଇଯାଇଥିଲା ନିର୍ଯ୍ୟାତନା। ବିବାହ ପରେ ଯୁବତୀ ଜଣକ ବାଲିଅନ୍ତାରେ ରହୁଥିଲେ। ଏହା ପରେ ସେ ସ୍ୱାମୀ ଏବଂ ତାଙ୍କର ପରିବାର ଲୋକଙ୍କ ଦ୍ୱାରା ନିର୍ଯ୍ୟାତନାର ଶିକାର ହେବାକୁ ପଡ଼ିଛି। ସ୍ୱାମୀଙ୍କ ମାଡ଼ରେ ଯୁବତୀ ଲହୁଲୁହାଣ ହେବା ପରେ ବାଧ୍ୟ ହୋଇ ଘର ଛାଡ଼ିବାକୁ ପଡ଼ିଛି। ଅନ୍ୟପଟରେ ବାପଘର ଲୋକେ ଯୁବତୀଙ୍କୁ ନେବାକୁ ଚାହୁଁନାହାନ୍ତି।

ସମ୍ବନ୍ଧିତ ଖବର