କୋରାପୁଟ: ନିଆଁ ଲାଗି ପୋଡିଗଲା ଧାନ ମାଣ୍ଡିଆ ଖଳା

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ଗୌଡଗୁଡା ଗ୍ରାମପଞ୍ଚାୟତ ଖଜୁରିପୁଟ ଗାଁ ମୁଣ୍ଡରେ ଅମଳ ପାଇଁ ରଖାଯାଇଥିବା ଖଳାରେ ନିଆଁ ଲାଗି ଧାନ ଓ ମାଣ୍ଡିଆ ଚାଷ ନଷ୍ଟ ହୋଇଯାଇଛିା ଗାଁର ୧୩ ଜଣ ଚାଷୀ ନିଜ ନିଜ ଜମିରେ କରିଥିବା ମାଣ୍ଡିଆ, ଧାନ ଓ ସୁଆଁ କଳପ ଗୁଡିକ କାଟି ଖଳାରେ ଆଣି ଗଚ୍ଛିତ କରି ରଖିଥିଲୋ କ୍ରମାନ୍ଵୟରେ ଛାଷୀମାନେ ଜଣକ ପରେ ଜଣେ ଧାନ ମଳାଇବା ପରେ ସୁଆଁ ଓ ମାଣ୍ଡିଆ ଗୁଡିକ ଖରା ହେଲେ ଅମଳ କରିବେ ଭାବି ଖଳାରେ କୁପା କରି ରଖିଥିଲୋ ସମସ୍ତ ଗରୀବ ଆଦିବାସୀ ଶ୍ରେଣୀର ଚାଷୀମାନେ ବର୍ଷ କର ଖାଦ୍ୟ ସକାଶେ ଚାଷ କରିଥିବା ବେଳେ ଖଳାରେ ନିଆଁ ଲାଗିଯିବା ପରେ ଚିନ୍ତାରେ ଭାଙ୍ଗିପଡିଛନ୍ତିା

ଖଳାରେ ନିଆଁ ଲାଗିଯାଇ ଥିବା ଖବର ପାଇ ଖଳାକୁ ଗାଁ ଲୋକେ ଦୌଡି ଥିଲେ କିନ୍ତୁ କିଛି ମାତ୍ରାରେ ନିଆଁକୁ ଆୟତ କରିପାରିଥିଲେ ମଧ୍ୟ ଅନେକ ଚାଷିଙ୍କ କୁପା ନିଆଁ ଲାଗି ସଂପୂର୍ଣ୍ଣ ନଷ୍ଠ ହୋଇଯାଇଥିଲାା ଖବର ପାଇ ଲକ୍ଷ୍ମୀପୁର ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ଖଳାରେ ପହଞ୍ଚି ଚାଷୀମାନଙ୍କ ଆଲୋଚନା କରିଛନ୍ତି ଓ କ୍ଷତିପୂରଣ ବାବଦକୁ ସରକାରଙ୍କୁ ଅବଗତ କରାଇବେ ବୋଲି ପ୍ରକାଶ କରିଛନ୍ତିା

ଅନ୍ୟପକ୍ଷରେ ଗୌଡଗୁଡା ରାଜସ୍ୱ ଅଧିକାରୀ କାଳିଚରଣ ମିଶ୍ର ମଧ୍ୟ ଖଲାରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି ଓ ସେ ଶୀଘ୍ର ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିବେ କହିଛନ୍ତିା ନିଆଁ ଲାଗି କ୍ଷତି ସହିଥିବା ଚାଷୀଙ୍କ ମଧ୍ୟରେ ଗାଁର ସୁନ୍ଦର ସାଉଁନ୍ତା, ରୁପା ସାଉଁନ୍ତା, ସନା ସାଉଁନ୍ତା, ନିର ସାଉଁନ୍ତା, ସିମା ସାଉଁନ୍ତାଙ୍କ ସହ ଅନ୍ୟାନ୍ୟ ଚାଷୀ ସାମିଲ ଅଛନ୍ତି।

ସମ୍ବନ୍ଧିତ ଖବର