ଜୟପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଓବାଦୀଙ୍କ ପୂର୍ବତନ ସରପଞ୍ଚଙ୍କୁ ଗୁଳି, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଜୟପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳର ଦଣ୍ଡାବାଡ଼ି ସାପ୍ତାହିକ ହାଟରେ ରବିବାର ଦିନ ଦ୍ୱିପ୍ରହରରେ ଜଣେ ପୂର୍ବତନ ସରପଞ୍ଚଙ୍କୁ ମାଓବାଦୀଙ୍କ ଦ୍ୱରା ଗୁଳିର ଶିକାର ହେବାକୁ ପଡ଼ିଛି। ପୂର୍ବତନ ସରପଞ୍ଚ ଆନନ୍ଦ ନାୟକଙ୍କୁ ମାଓବାଦୀମାନେ ଗୁଳି କରିଛନ୍ତି। ଘଟଣାସ୍ଥଳକୁ ୨ ଜଣ ମାଓବାଦୀ ଆସି ଆନନ୍ଦଙ୍କୁ ଗୋଡେଇ ଗୋଡେଇ ଗୁଳି କରିଥିଲେ। ହାଟର ଅତି ନିକଟରେ ୧୫ରୁ ୧୭ ଜଣ ମାଓବାଦୀ ପରିସ୍ଥିତି ଉପରେ ନଜର ରଖିଥିଲେ। ଆନନ୍ଦଙ୍କ ମୁଣ୍ଡ, ପେଟ ଓ ଛାତିରେ ଗୁଳି ବାଜିଛି। ମାତ୍ର ୩୦୦ ମିଟର ଦୂରରେ ବିଏସ୍‌ଏଫ କ୍ୟାମ୍ପ ଥିଲେ ମଧ୍ୟ ମାଓବାଦୀମାନେ ତାଣ୍ଡବ ଲୀଳା କରିଛନ୍ତି। ପରେ ଆନନ୍ଦଙ୍କୁ ଗୁରୁତର ଅବସ୍ଥାରେ ଜୟପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଆନନ୍ଦ ଆଜି ବଜାରରେ ଜିନିଷ ପତ୍ର କିଣୁଥିବା ବେଳେ ଯୋଜନା ମୁତାବକ ମାଓବାଦୀମାନେ ହାଟରେ ପହଞ୍ଚିଥିଲେ ଓ ସେମାନେ ଗୁଳି କରିଥିଲେ। ସେମାନେ ଆନନ୍ଦଙ୍କୁ ଘେରି ଗୁଳି କରି ସେଠାରୁ ଫେରାର ହୋଇ ଯାଇଥିଲେ। ପରେ ଆନନ୍ଦଙ୍କୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ବୈପାରୀଗୁଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରୁଛି। ରିପୋର୍ଟ ଲେଖାଯିବା ବେଳକୁ ପ୍ରକୃତ କାରଣ ଜଣାପଡ଼ି ନାହିଁ।

କିଛି ଦିନର ନିରବତା ପରେ ମାଓବାଦୀମାନେ ପୁଣି ଥରେ ସକ୍ରିୟ ହୋଇଛନ୍ତି। ସରକାରଙ୍କ ବିକାଶମଳକୁ ବିରୋଧ କରି ମାଓବାଦୀମାନେ ବଡ଼ ଧରଣର ଦୁର୍ଘଟଣା ଘଟାଉଛନ୍ତି। ସେମାନେ ସାଧାରଣ ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି।

ସମ୍ବନ୍ଧିତ ଖବର