କୋରାପୁଟ: କୋରାପୁଟ ଜିଲ୍ଲାର ଲମତାପୁଟ ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ୩୦୪ କିଲୋ ୪୦୦ ଗ୍ରାମର ଗଞ୍ଜେଇ ଜବତ କରିଛି ପୁଲିସ। ଏକ ବୋଲେରୋରେ କାଠବାକ୍ସରେ ଯନ୍ତ୍ରପାତି ନେବା ଭଳି ୧୧ଟି ବସ୍ତାରେ ଗଞ୍ଜେଇ ଚାଲାଣ ହେଉଥିଲା। ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି।
ଲମତାପୁଟ ସଗର ଛକ ନିକଟରେ ଗାଡି ଚେକିଂ ସମୟରେ ବ୍ୟାରିକେଡ୍ ଭାଙ୍ଗି ବୋଲେରୋ ପ୍ରବଳ ବେଗରେ ପଳାଉଥିଲା। ହେଲେ ପୁଲିସ ଗାଡ଼ିକୁ ପିଛା କରି କଞ୍ଚନା ଘାଟି ନିକଟରେ ଅଟକାଇଥିଲା। ପୁଲିସକୁ ଦେଖି ଘଟଣାସ୍ଥଳରୁ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଛି। ଜଲାପୁଟ ଅଞ୍ଚଳରୁ ଛତିଶଗଡ଼କୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଜଣାପଡ଼ିଛି।
ଲମତାପୁଟ ଅଞ୍ଚଳରୁ ୩୦ ଲକ୍ଷର ଗଞ୍ଜେଇ ଜବତ
/sambad/media/post_attachments/wp-content/uploads/2021/10/jpr-ganja-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)