ଜୟପୁର: କୋରାପୁଟ ଜିଲ୍ଲାର ଜୟପୁର ସଦର ଅଞ୍ଚଳରେ ୧୦୧ କିଲୋର ଗଞ୍ଜେଇ ଜବତ ହୋଇଥିବା ସୂଚନା ରହିଛି। ଏହି ଗଞ୍ଜେଇର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା। କୋରାପୁଟରୁ ଜୟପୁର ଅଞ୍ଚଳକୁ ଏକ ଧଳା ବୋଲେରୋରେ ଗଞ୍ଜେଇ ଯାଉଛି ବୋଲି ଓଆଇସି ଏ ମହାକୁର ସୂଚନା ପାଇବା ପରେ ଅପରାହ୍ନ ୧.୩୦ ସମୟରେ ସେଠାରେ ପହଞ୍ଚି ବୋଲେରୋଟିକୁ ଅଟକାଇଥିବା ଜାଣିବାକୁ ମିଳିଛି।
ମହାକୁରଙ୍କ ସହ ଏଏସ୍ଆଇ ଏସ୍କେ ସାମଲ୍ ଓ ତାଙ୍କର ପୂରା ଦଳ ମିଶି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଗାଡ଼ିକୁ ଅଟକାଇଥିଲେ। ପ୍ରକ୍ରିୟା ମୁତାବକ ସେମାନେ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ସାମ୍ନାରେ ଗାଡ଼ିରେ ସର୍ଚ ଅପରେସନ ଆରମ୍ଭ କରିଥିଲେ। ଗାଡ଼ି ଭିତରୁ ପ୍ରାୟ ୧୦୧ କିଲୋର ଗଞ୍ଜେଇ ମିଳିଥିଲା।
ଏହାଛଡ଼ା ଗାଡ଼ିରେ ଥିବା ୨ ଅଭିଯୁକ୍ତଙ୍କୁ ମଧ୍ୟ ଧରାଯାଇଛି। ସେମାନେ ହେଲେ ବିହାରସ୍ଥିତ ପାଟ୍ନାର ସୁରେନ୍ଦ୍ର ପ୍ରସାଦ(୪୧) ଓ ବାଦଲ କୁମାର(୨୩)। ସେମାନେ ପାଟ୍ନାକୁ ଗଞ୍ଜେଇ ଚାଲାଣ କରିଥାନ୍ତେ ବୋଲି ସୂଚନା ରହିଛି। ତେବେ ଏହି ଅପରେସନ୍ରେ ଦୁଇଟି ଫୋନ୍ ମଧ୍ୟ ଜବତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Untitled-5.jpg)