ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ପୁଲିସ ଆଜି ୫୬ କିଲୋ ୫୦୦ ଗ୍ରାମ ଗଂଜେଇ ଜବତ କରିଛି। ସୂଚନା ଅନୁଯାୟୀ ବୈପାରିଗୁଡ଼ା ପୁଲିସ ଆଜି ପେଟ୍ରୋଲିଂ କରୁଥିବା ବେଳେ କୁନ୍ଦୁରା ରାସ୍ତାର ବାସିନିଗୁଡ଼ା ନିକଟରେ ଏକ ଧଳା ରଙ୍ଗର କାର୍ ଦ୍ରୁତ ଗତିରେ କୁନ୍ଦୁରା ଆଡ଼କୁ ଯାଉଥିଲା। ସନ୍ଦେହ କରି ସେହି କାରଟିକୁ ଅଟକେଇବା ବେଳେ ଡ୍ରାଇଭର ଏବଂ ତାଙ୍କ ସହଯୋଗୀ ପୁଲିସକୁ ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ତେବେ ପୁଲିସ ଏସ୍ଆଇ ସୂର୍ଯ୍ୟ ନାରାୟଣ ପାଢ଼ୀ କାର୍ (ଏମ୍ଏଚ୍ ୪୩ ଆର୍ ୧୩୫୮)କୁ ଯାଞ୍ଚ କରିବାରୁ ସେହି କାରରେ ଗଂଜେଇ ଥିବା ଜାଣିପାରି କାରଟିକୁ ଜବତ କରିଥିଲେ। ଶ୍ରୀ ପାଢ଼ୀ ଏହି ଗଂଜେଇ ମହାରାଷ୍ଟ୍ରକୁ ଚାଲାଣ କରାଯାଉଥିବା ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/2440618d-6010-4270-a2ee-280bece2c4be.jpg)